April 25, 2026

ଗ୍ରାମୀଣ ଅର୍ଥନୀତି ସୁଦୃଢ଼ୀକରଣ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ କୋଟପାଡ ର ଭୂମିକା।

IMG-20250725-WA0041
Share

 

କୋରାପୁଟ ଜିଲ୍ଲା କୋଟପାଡ ସହର ଓ ଗ୍ରାମାଞ୍ଚଳରେ ଚାଷୀ ଭାଇ ଭଉଣୀମାନେ ଗୋପାଳନ, କୁକୁଡା ପାଳନ, ମଇଁଶି ପାଳନ, ଛେଳି ପାଳନ କରି ସାବଲମ୍ବୀ ହୋଇପାରିଛନ୍ତି । ଓଡ଼ିଶା ସରକାର ପ୍ରାଣୀସମ୍ପଦ ବିଭାଗ, ତରଫରୁ କୋଟପାଡ ଅଂଚଳ ର ଚାଷୀ ଭାଇଭଉଣୀ ମାନଙ୍କ ରୋଜଗାର ସୁଦୃଢ଼ କରିବା ନିମନ୍ତେ ଅନେକ ଯୋଜନମାନ କାର୍ଯ୍ୟ କରାଯାଉଛି । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ କୋଟପାଡ ବ୍ଲକର ପ୍ରଦୀପ ଚନ୍ଦ୍ର ରାଉତ, ରାଜେନ୍ଦ୍ର ପ୍ରସାଦ ହୋତା, ଅଜୟ ମାଝୀ, ରାମବିଷ୍ଣୁ ପୁଜାରୀ, ସନସାଇ ଭତ୍ରା, ଆର୍ଥିକ ବର୍ଷ ୨୦୨୪-୨୦୨୫ ରେ ଉପକୃତ ହୋଇଛନ୍ତି । ସବୁଦିନ ଘାସ ଚାଷ କରି କୋଟପାଡ ବ୍ଲକ୍ ର ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଧ୍ୟ ଉପକୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ଯମରେ ସାଧାରଣ ବର୍ଗର ଚାଷୀମାନେ ୧,୩୮,୨୪୦ /- ଟଙ୍କା ର ସରକାରୀ ସହାୟତା ଓ ମହିଳା ଅନୁସୂଚିତ ଜନଜାତି ଚାଷୀ ମାନେ ୧,୨୧,୨୮୦/- ଟଙ୍କା ସରକାରୀ ସହାୟତା ପାଇବା ନିମନ୍ତେ ଉପଲବ୍ଧ ଅଛି। ସେହିପରି ସବୁଦିନିଆ ଘାସ ଚାଷ ନିମନ୍ତେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୩ ବର୍ଷ ନିମନ୍ତେ ୩୫,୦୦୦/- ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ୩୦+୨ ଛେଳି ପାଳନ ନିମନ୍ତେ ୧,୩୮,୦୦୦/- ଟଙ୍କା ସରକାରୀ ସହାୟତା ଦିଆଯାଉଛି। କୋଟପାଡ଼ ବ୍ଲକର ଜାଗୃତି ସ୍ୱୟଂ ସହାୟକ ଗୋଷ୍ଠୀ, ମା ନୈବେଦ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଛେଳି ପାଳନ କରି ସରକାରୀ ସହାୟତା ପାଇ ଛେଳି ବ୍ୟବସାୟ କରି ବେଶ୍ ଲାଭବାନ ହୋଇପାରିଛନ୍ତି । ଏତଦ୍ ବ୍ୟତୀତ କୁକୁଡ଼ା ପାଳନ କରି ପୂର୍ଣ୍ଣିମା ନାୟକ, ନୀଳକଣ୍ଠ ପୂଜାରୀ, ଲକିନାଥ ନାୟକ, ଲାଭବାନ ହୋଇପାରିଛନ୍ତି , କୋଟପାଡ ବ୍ଲକ୍ ର ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଭାରସାମ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର, ପ୍ରିୟବ୍ରତ ବେହେରା, କୁସୁମୀ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟବ୍ରତ ସାମନ୍ତରାୟ , ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତିକ୍ ସାହୁ ଓ କୋଟପାଡ ବ୍ଲକ୍ ର ସମସ୍ତ ପ୍ରାଣୀ ଧନ ନିରୀକ୍ଷକ ମାନେ ପଞ୍ଚାୟତ ସ୍ତରରେ ଚିକିତ୍ସା ସେବା ସଙ୍ଗେ ସଙ୍ଗେ ସରକାରୀ ଯୋଜନା ଗୁଡିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ପ୍ରାଣୀ ଧନ ଉନ୍ନତୀ ହେଲେ ଚାଷୀଙ୍କ ପ୍ରଗତି ହେବ ସଙ୍ଗେ ସଙ୍ଗେ ଆର୍ଥିକ ସମୃଦ୍ଧି ହେବେ ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed