ଅତାବିରାରେ ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ର ବିଶାଳ ରାଲି
ଆଜି ଶୁକ୍ରବାର ଦିନ ଅପରାହ୍ନ ଚାରିଟାରେ ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ଅତାବିରା ତରଫରୁ ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା । ଏହି ରାଲି ଅତାବିରା ଶିକ୍ଷକ ଭବନ ରୁ ଅତାବିରା ତହସିଲ ଛକ ଦେଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା କୁ ହୋଇଥିଲା । ତାପରେ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରାଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ବିଭାଗ ସଚିବ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇ ଥିଲା । ଦାବି ପତ୍ର ରେ ୟୁନିଫାଏଡ ଅଟୋମେସନ୍ ସିଷ୍ଟମ କୁ ବିଦ୍ୟାଳୟ ମାନଙ୍କରେ ଭିତ୍ତି ଭୂମି ଉପଲବ୍ଧ ହେଲା ପରେ କାର୍ଯ୍ୟକାରୀ କରିବା ପାଇଁ ଦାବି କରିବା ସହ ପ୍ରାଥମିକ ବିଦ୍ୟାଳୟ ରେ ନିୟମିତ ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଜଣାଇ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘ ର ସଭାପତି ରଶ୍ମିରଞ୍ଜନ ସାହୁ,ସମ୍ପାଦକ ବିରେନ୍ଦ୍ର କୁମାର ଭୋଇ,କୋଷାଧ୍ୟକ୍ଷ ରବି ପ୍ରଧାନ ,ସହ ସମ୍ପାଦକ ଲୋକନାଥ ମହାନନ୍ଦ,ସୁଜାତା ପାଧାନି ସଦସ୍ୟ ନନ୍ଦିଘୋଷ ଭୁଏ,କେଶବ ଛନ୍ଦ , ତ୍ରିଲୋଚନ ସେଟ,ଉପଦେଷ୍ଟା ମଣ୍ଡଳୀ ର ବେଣୁଧର ମିଶ୍ର,ମନୋରଞ୍ଜନ ମିଶ୍ର,ସନ୍ତୋଷ କରା,ଭୋଲାନାଥ ପ୍ରଧାନ ଏବଂ ଅବସର ପ୍ରାପ୍ତ ଶିକ୍ଷକ ସଂଘ ର ସଭାପତି ନିଶିକାନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ରାଲି ରେ ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାରି ଶହ ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।
