October 29, 2026

ପାଣି ଘରରେ ଦାମୋଦର ପୁର ସ୍କୁଲ ହତାରେ ଲହଡି ମାରୁଛି ବର୍ଷା ଜଳ

IMG-20250723-WA0057
Share

 

ଗଞ୍ଜାମ = ପ୍ରଦିପ କୁମାର ପଣ୍ଡା

 

ଗଞ୍ଜାମ ସହରରେ ବୁଧବାର ସାମାନ୍ୟ ବର୍ଷାରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି l ସହରର ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ବଡ ବଜାରରେ ବର୍ଷା ଜଳ ଜମି ରହିଥିବା ବେଳେ ଦାମୋଦର ପୁର ସ୍କୁଲ ହତାରେ ବର୍ଷା ଜଳ ଲହଡି ମାରୁଛି l ଏଥିସହ ଅନେକ ସାହି ମନକରେ ଜଳ ନିଷ୍କାସନ ନହୋଇ ଜମାଟ ବାନ୍ଧି ଅଟକିଥିବା ଦେଖିବାକୁ ମିଳିଛି l ଉକ୍ତ ବର୍ଷା ପାଣିରେ ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଜନସାଧାରଣରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି l ଆସନ୍ତା କାଲି ସ୍କୁଲ ପିଲାମାନେ ପାଣିରେ କିଭଳି ଶ୍ରେଣୀ ଗୃହକୁ ପାଠ ପଢିବାକୁ ଯିବେ ତାହା ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି l ବର୍ଷା ଛାଡିବା ପରେ ମଧ୍ୟ ଜମିଥିବା ପାଣି ନିଷ୍କାସନ ହେବାର କୌଣସି ବ୍ୟବସ୍ଥା ନାହିଁ କେବଳ ସୂର୍ଯ୍ୟତାପ ଏକ ମାତ୍ର ବିକଳ୍ପ ବୋଲି ସହରରେ ଆଲୋଚନା ହେଉଛି l ଏନଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳ ବlସୀ ଦାବି କରିଛନ୍ତି l ଏସମ୍ପର୍କରେ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବାରେ ଖୁବ ଶୀଘ୍ର ଡ୍ରେନ ଗୁଡିକ ମରାମତି କରାଯିବ ବୋଲି ସେ କହିଛନ୍ତି l