October 29, 2026

ଲାଦରପାଲି ମାତୃପୁରୀରେ ବିଜ୍ଞାନ ପ୍ରଦର୍ଶନୀ:୩୩୬ ଟି ପ୍ରକଳ୍ପ ପ୍ରଦର୍ଶିତ ..

IMG-20250723-WA0022
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀ ଠାରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସ୍ଥିତ ନିଉଟନ୍ କଲେଜର ଅଧ୍ୟକ୍ଷ ଡ଼.ତେଜରାଜ ପାତ୍ର ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ରତନ୍ ଦୀପ ଓ ଶ୍ରୀ ସୁଦୀପ୍ କୁମାର ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ସଭାପତି ଶ୍ରୀ ଶେଷଦେବ ନାଏକ,ଅଧ୍ୟକ୍ଷ ଶ୍ରୀ ବବ୍ରୁବାହାନ ମିଶ୍ର , ଉପସଭାପତି ଶ୍ରୀ ଅରୁଣ ହୋତା , ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ , ଶ୍ରୀ ଅମିତ୍ କୁମାର ମିଶ୍ର,ଶ୍ରୀ ଶରତ କୁମାର ପ୍ରଧାନ ,ଶ୍ରୀ ବିନୋଦ ପ୍ରଧାନ,ଶ୍ରୀ ଭରତ ଚୌହାନ ଶ୍ରୀମତୀ ସୁସ୍ମିତା ମିଶ୍ର,ଶ୍ରୀ ଯତୀନ୍ଦ୍ର ପ୍ରଧାନ, ଶ୍ରୀ ସରୋଜ କୁମାର ରଥ,ଶ୍ରୀ ସୁନୀଲ ଖମାରି, ଶ୍ରୀ ଗଜିନ୍ଦ୍ର ବାଗ, ସରିତା ପ୍ରଧାନ , ଜୟଶ୍ରୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ସବ ଜୁନିଅର ବିଭାଗ ରେ୭୯ ଟି,ଜୁନିଅର ବିଭାଗ ରେ ୧୧୩ଟି,ସିନିୟର୍ ବିଭାଗ ରେ ୧୪୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା। କାର୍ଯକ୍ରମରେ ବିଚାରକ ଭାବରେ କଳାପାଣି ଓ ସୋହେଲା, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଯଥାକ୍ରମେ ଶ୍ରୀ ଇନ୍ଦ୍ରଜିତ ସାହୁଓ ଶ୍ରୀ ଖିରୋଦ୍ର ଭୋଇ ,ଲାଦରପାଲି ଉଚ୍ଚ ବିଦ୍ୟାଳୟର ବର୍ଷାରାନୀ ଦାଶ, ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟର ଇଲା ବୁଡେକ୍ ତଥା ମାତୃପୁରୀର ରାମଚଂଦ୍ର ପ୍ରଧାନ,ଯୁଗଳ ସାହୁ,ମୋନାଲିସା ବିଶ୍ଵାଳ ,ଆଦିତ୍ୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ଟିକେଲାଲ ଚାନ୍ଦ୍ ,ମାନସ ଦାନୀ, ମାନସ ଭୋଇ , ଝସକେତନ୍ ସାହୁ, ଶିଖା ଭୋଇ , ଏକାଦଶିଆ ସାହୁ,ଦୁର୍ବାଦଳ ସାହୁ,ଶାନ୍ତନୁ ଦାଶ, ହରିବାଳା ଅଦାବର୍,ମିନତୀ ଦାଶ,ଗିରିଜା ସାହୁ,ଜୟଶ୍ରୀ ପ୍ରଧାନ,ପୂଜା ପଟେଲ,ହେମାନନ୍ଦ ଭୋଇ ତଥା ଅନୁଷ୍ଠାନ ର ସମସ୍ତ ଭାଇଅପା ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ କଳାପାଣି ,ପାହାଡଶ୍ରୀଗିଡା,ଲରମ୍ଭା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତଥା ସିଦ୍ଧି ବିନାୟକ ସ୍କୁଲ ରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମାନେ ଓ ଆଖପାଖ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ।