April 25, 2026

ବନ୍ଦରନଗରୀ ପାରାଦୀପ ରେ ଗୁରୁତର ଅସୁସ୍ଥ ପତ୍ନୀକୁ ଟ୍ରଲିରେ ମେଡିକାଲ ବୋହି ନେଇଯାଉଥିବା ଘଟଣା ର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି

IMG-20250722-WA0055
Share

ବନ୍ଦରନଗରୀ ପାରାଦୀପ ରେ ଗୁରୁତର ଅସୁସ୍ଥ ପତ୍ନୀକୁ ଟ୍ରଲିରେ ମେଡିକାଲ ବୋହି ନେଇଯାଉଥିବା ଘଟଣା ର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି l ଘଟଣା କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ନିଜ ପତ୍ନୀକୁ ଟ୍ରଲିରେ ବୋହି ନେଇ ମେଡିକାଲ କୁ ଯାଉଥିବା ବୁଦ୍ଧିରାମ ପାତ୍ର l ଗରିବ ଶ୍ରେଣୀର ଏହି ସ୍ୱାମୀ ସ୍ତ୍ରୀ ଜରି ଗୋଟାଉଥିବା ସମୟରେ ହଠାତ ପତ୍ନୀ ଅସୁସ୍ଥ ହୋଇ ତଳେ ପଡିଯିବା ପରେ ଘଟଣା କୁ ଦେଖିଥିଲେ ବାଟରେ ଯାଉଥିବା ଜଣେ ଯୁବକ l ଉକ୍ତ ଯୁବକ ବାରମ୍ବାର ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ବିଫଳ ହେବାପରେ ବୁଦ୍ଧିରାମ ଙ୍କ ପତ୍ନୀଙ୍କୁ ଟ୍ରଲିରେ ବୋହି ନେବା ସମୟରେ ଉକ୍ତ ଯୁବକ ଜଣକ ନିଜ ଗାଡି ଚଳାଇବା ସହିତ ବୁଦ୍ଧିରାମ ଙ୍କ ଟ୍ରଲି କୁ ଠେଲି ମେଡିକାଲ ରେ ପହଞ୍ଚାଇଥିଲେ l ଯାହାକୁ ନେଇ ବୁଦ୍ଧିରାମ ଏବଂ ତାଙ୍କର ପରିବାର ଉକ୍ତ ଯୁବକ କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି l ଏଠି ପ୍ରଶ୍ନ ଉଠୁଛି ଆମ୍ବୁଲାନ୍ସ ସେବା କାହା ପାଇଁ l ଗୁରୁତର ଅସୁସ୍ଥ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣେ ଗରିବ ମହିଳାଙ୍କୁ ମେଡିକାଲ ନେବାପାଇଁ ବାରମ୍ବାର ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ବିଫଳ ହୋଇ ପ୍ରଚଣ୍ଡ ଖରାରେ ନିଜ ପତ୍ନୀ ଙ୍କୁ ମେଡିକାଲ ବୋହିନେଵା ଘଟଣା ପାରାଦୀପ ରେ ସ୍ୱାସ୍ଥ୍ୟସେବା ର ଚିତ୍ର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed