ରାତି ଅଧରେ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ,ଥାନାରେ ଅଭିଯୋଗ
ଗଞ୍ଜାମ=ପ୍ରଦିପ କୁମାର ପଣ୍ଡା
ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ବାସିନ୍ଦା ଅଶୋକ ପଲାଇଙ୍କ ସ୍ବିଟି ଡିଯାର (ନମ୍ବର: ଓଡ଼ି ୩୩ଜେ ୪୬୪୯)ର ପଛପଟ ଗ୍ଲାସକୁ ଅଜଣା ଦୁର୍ବୃତ୍ତମାନେ ମଧ୍ୟରାତିରେ ପଥର ଫୋପାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଶୋକ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଅଶୋକଙ୍କ ଅଭିଯୋଗ ଅନୁଯାୟୀ, ଏନସି ପାନୁ କଲେକ୍ସନକୁ ନେଇ କିଛି ବ୍ୟକ୍ତିଙ୍କ ସହ ବିବାଦର ସମାଧାନ ହୋଇଥିଲା। କିନ୍ତୁ ସେହି ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଗାଡିର ଗ୍ଲାସ ଭାଙ୍ଗି କ୍ଷୟକ୍ଷତି ଘଟାଇଛନ୍ତି। ଏହି ଘଟଣା ଅଶୋକଙ୍କୁ ମାନସିକ ଓ ଆର୍ଥିକ ଦିଗରୁ ଆଘାତ ଦେଇଛି।
ଗଞ୍ଜାମ ଥାନା ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଆଲୋଚନା ଚାଲିଛି। ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
