ଆଜିର ଖବର..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୨୩ ତାରିଖରୁ ବଢ଼ିବ ବର୍ଷା।୨୪ରେ ଲଘୁଚାପ ସମ୍ଭାବନା।
ଏଣିକି କେବଳ ଗାଡ଼ିରେ ତେଲ ଦିଆଯିବ, ଆଉ ଖୋଲାରେ ମିଳିବ ନାହିଁ ପେଟ୍ରୋଲ ଡିଜେଲ।
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟେଇ ଦିଆଗଲା ପାଇକ ବିଦ୍ରୋହ ବିଷୟ।
ରାଜ୍ୟରେ ଅନ୍ତୋଦୟ ହିତାଧିକାରୀ ହେଉଛନ୍ତି ହଇରାଣ, ପାଉନାହାନ୍ତି ଦ୍ବିତୀୟ କିସ୍ତି ଟଙ୍କା।
ପୁଣି ପ୍ରଶ୍ନପତ୍ର ଘୋଟାଲା। ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ। ପରୀକ୍ଷା ପୁଣି ବାତିଲ। କ୍ରାଇମବ୍ରାଞ୍ଚ କରିବ ଖୋଳତାଡ଼। ପରୀକ୍ଷାର୍ଥୀ ପୁଣି ହତାଶ
ପୁରୀ ବଳଙ୍ଗା ପୀଡ଼ିତା ଝିଅ ଏମ୍ସ ଦିଲ୍ଲୀରେ ଅକ୍ସିଜେନ ସହାୟତାରେ ଅଛି, ସ୍ଥିତି ଭଲନାହିଁ ବୋଲି ସୂତ୍ରରୁ ପ୍ରକାଶ
ବାଲେଶ୍ଵର ଭୋଗରାଇ କଚୁଆଡି ପଞ୍ଚାୟତରେ ପିଇଓ ମାନସ ମାଝୀ ଏବଂ ଏଡିଓ ମାନସ ପାତ୍ର ୪ ଫୁଟ୍ ପାଣିରେ ପଶି ଲୋକଙ୍କୁ ଭତ୍ତା ବାଣ୍ଟି ପ୍ରଶଂସିତ ହେଲେ.।
ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡଡା ତିନୋଟି ଜିଲ୍ଲାରୁ ଆସିଲା ସମାନ ଅଭିଯୋଗ। ହାଇସ୍କୁଲ ଛାତ୍ରୀ ଗର୍ଭବତୀ !
ଭରତପୁର ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଅପରାଧ ରେକର୍ଡ। ଆସାମୀ ଗଂଜାମ ବେଲଗୁଣ୍ଠାର ନରହରି ନାୟକ
କେନ୍ଦୁଝର କେନ୍ଦୁପତ୍ର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କର ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ରେ ୧୧୫ଟି ପ୍ଲଟ୍ ଠାବ।
ଢେଙ୍କାନାଳ ଗନ୍ଦିଆର ଡାକ୍ତର ଯାଦବେନ୍ଦ୍ର ସାହୁଙ୍କୁ ପାଟନା ଏମସରେ ରାଗିଙ୍ଗ କରି ହତ୍ୟା। ବାପଛେଉଣ୍ଡ ଡାକ୍ତର
ବ୍ରହ୍ମପୁର ମେଡିକାଲ ଟପ୍ପର ଓ ଗୋଲଡ଼ ମେଡାଲିଷ୍ଟ ଥିଲେ
ମୟୁରଭଞ୍ଜ କଣ୍ଟାବଣୀ ଗ୍ରାମରେ ରୁଙ୍ଗଟା ଶିଳ୍ପର ଇଡକୋ ଜମି ଅଧିଗ୍ରହଣ ପାଇଁ ଚାଲିଥିବା ପଲ୍ଲୀସଭାକୁ ଯାଇଥିବା ସାମ୍ବାଦିକଙ୍କୁ ପୁଲିସ ବାଡେଇ ଗୁରୁତର କଲେ
କଟକ ଚୌଦ୍ୱାର ମଙ୍ଗରାଜପୁର ଜନନୀ ଆଶ୍ରମର ଅନ୍ତେବାସୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଥାନାକୁ ଗଲେ ମାନସିକ ଦୁର୍ବଳ ମହିଳା
ମାଲକାନଗିରି ଚିତ୍ରୋକୋଣ୍ଡାରେ ୪୨କିଲୋ ବାର୍ହା ମାଂସ ଜବତ, ଦୁଇଟି ଜୀଅନ୍ତା ଶାବକ ଉଦ୍ଧାର
ସମ୍ବଲପୁର ବାମରା କେଛୁପାଣିରେ ଘରେ ପଶି ଲୁଟିନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ଗହଣା।
କୋରାପୁଟ ସୁନାବେଡା ହାଲ ନିକଟରେ ସଡକ ଦୁର୍ଘଟଣାରେ, ଦୁଇ କାର ଧକ୍କାରେ ୩ ସାଙ୍ଗଙ୍କ ମୃତ୍ୟୁ।
ମୟୂରଭଞ୍ଜ ପଦ୍ମନାଭପୁର ଟୋଲଗେଟ୍ ବୁଥ୍ ଉପରେ ଚଢ଼ିଗଲା କାର୍, ଚାଳକ ଶ୍ରୀ ପଟ୍ଟନାୟକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ।
ମାଲକାନଗିରିର ୱେବ ଚାନେଲ ସାମ୍ବାଦିକଙ୍କୁ ହାଣି ହତ୍ୟା ଘଟଣାରେ ହାଇଦ୍ରାବାଦରୁ ଦୁଇଜଣଙ୍କୁ ଗିରଫ କଲା ପୁଲିସ୍।
ସୁନ୍ଦରଗଡ଼ ଗୁରୁଣ୍ଡିଆରେ ଅଙ୍ଗନବାଡି ସ୍ତ୍ରୀକୁ ସନ୍ଦେହରେ ହତ୍ୟା କରି ନଦୀରେ ଫିଙ୍ଗିଦେଲା ସ୍ୱାମୀ।
ଦେବଗଡ଼ରେ ଘରକୁ ଡାକି ହତ୍ୟା କଲା ଅଭିଯୁକ୍ତ। ବଳି ଦେଇଛି କହି ଆତ୍ମସମର୍ପଣ କଲା। ମୃତକ ନୂଆଗାଁର ରତନ ପ୍ରଧାନ।
ରାୟଗଡ଼ାରେ ବିବାହିତା ମହିଳାଙ୍କ ଅଭିଯୋଗରେ ଅଗ୍ନିଶମ ଅଧିକାରୀ ଗିରଫ। ଦୁଇବର୍ଷ ହେଲା ସମ୍ପର୍କରେ ଥିଲେ ବୋଲି ଏତଲା
ରାୟଗଡା ନାରାୟଣ ପାଟଣାରେ ବନ୍ୟା ପାଣିରେ ଭାଙ୍ଗିଲା ପୋଲ। ଜଳଯୋଗାଣ ପାଇପ ପାଲଟିଛି ଯାତ୍ରୀଙ୍କ ସାହାରା
ଭଦ୍ରକ ଚାନ୍ଦବାଲିରେ ଭଲପାଇ ବିବାହର ବର୍ଷେ ନପୂରୁଣୁ ବଧୂ ହତ୍ୟା ଅଭିଯୋଗ। ମୃତକ ପୁଷ୍ପଲତା ବେହେରା
ଆନ୍ଧ୍ର ପ୍ରଦେଶ ମଦ ଦୁର୍ନୀତି ମାମଲାରେ ପୁଲିସର ଚାର୍ଜସିଟ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜଗନ ରେଡ୍ଡୀଙ୍କ ନାମ
ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ଅତ୍ୟଧିକ ଲୁଣ ଖାଇ ମୃତ୍ୟୁକୁ ଡାକୁଛନ୍ତି ଭାରତୀୟ, ପ୍ରତିଦିନ ୫ ଗ୍ରାମ ବଦଳରେ ଖାଇଲେଣି ୯.୨ ଗ୍ରାମ। ବିକଳ୍ପ ଅଭ୍ୟାସ କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ।
୨୦୩୧ ପର୍ଯ୍ୟନ୍ତ ବିଶ୍ୱ କ୍ରିକେଟ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଇଂଲଣ୍ଡରେ ହେବ ବୋଲି ଆଇସିସି କଲା ଘୋଷଣା। ବିସିସିଆଇ ହତାଶ
ଇଣ୍ଡୋନେସିଆ ପାଖରେ ଜାହାଜରେ ଅଗ୍ନିକାଣ୍ଡ, ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ। ଜାହାଜରେ ୨୮୦ରୁ ଅଧିକ ଲୋକ ଥିଲେ
ଆଜି ଜନ୍ମଦିନ: ଆନନ୍ଦ ବକ୍ସି, ମଲ୍ଲିକାର୍ଜୁନ ଖଡଗେ, ଚେତନ ଚୌହାନ, ବରୁଣ ସନ୍ଦେଶ (ତେଲୁଗୁ ଅଭିନେତା, ରାୟଗଡା)
ଇତିହାସରେ ଆଜି ଦିନ: (୧୯୪୭) ସମ୍ବିଧାନରେ ଜାତୀୟ ପତାକା ଅନୁମୋଦିତ ହେଲା/ (୧୯୭୭) ନିଲମ ସଞ୍ଜୀବ ରେଡ୍ଡୀ ଭାରତର ରାଷ୍ଟ୍ରପତି ହେଲେ/ (୨୦୦୭) ପ୍ରତିଭା ପାଟିଲ ଭାରତର ରାଷ୍ଟ୍ରପତି ହେଲେ/ (୧୯୬୦) ଶ୍ରୀଲଙ୍କାରେ ଶିରୀମାଭୋ ବିଶ୍ୱର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ/ (୧୯୬୨) ଭାରତ ଚୀନ ଯୁଦ୍ଧ
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
