April 27, 2026

ଗଛ ଉପୁଡି ପଡି ରାସ୍ତା ଅବରୋଧ, ହଟାଇଲା ଦମକଳବାହିନୀ 

IMG-20250720-WA0042
Share

ବୁଗୁଡା : ତା ୨୦/୦୭/୨୫ : ଗତ ଶନିବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାକଡସ୍ଥ ଏକ ବିରାଟ କାକପୋଇ ଗଛ ମୂଳରୁ ଉପୁଡି ପଡିବାରୁ ବୁଗୁଡା-ପୋଲସରା ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା ବେଳେ ସକାଳେ ଦମକଳବାହିନୀ ତାହାକୁ ହଟାଇଥିବା ଜଣାଯାଇଛି। ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହୋଇଥିବା ଫଳରେ ଚଢେୟାପଲ୍ଲୀ ଗାଁ ନିକଟ ରାସ୍ତା ପାର୍ଶ୍ବରେ ଖୋଳାଇଥିବା ଡ୍ରେନକୁ ଲାଗିରହିଥିବା ଏକ ବିରାଟକାୟ କାକପୋଇ ଗଛ ମୂଳରୁ ଉପୁଡ଼ି ପଡିବାରୁ ରାସ୍ତା ଅବରୋଧ ହୋଇଥିଲା । ଫଳରେ ସକାଳେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ ରାସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।