March 8, 2026

ବିବାହିତ ମହିଳା ଆଣୁଛନ୍ତି ଗଣ ଦୁଷ୍କର୍ମ ର ଅଭିଯୋଗ 

IMG-20250715-WA0016
Share

 

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ମେଡ଼ିକାଲ ଅସୁସ୍ଥ ଅବସ୍ଥାରେ ଜଣେ ବିବାହିତ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ପୀଡିତା ପୋଲିସ ଆଗରେ ଅଭିଯୋଗ କରିଛନ୍ତି l ଏଥିରେ ତାଙ୍କ ସ୍ୱାମୀ

ସମେତ ତିନି ଜଣ ଯୁବକ ସାମିଲ ଥିବା ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିଛି l ଗତକାଲି ରାତିରେ ବ୍ରହ୍ମପୁର ନିମଖଣ୍ଡି ଥାନା ଅଂଚଳରେ ରାତି ୧ଘଣ୍ଟା ସମୟରେ ଘଟଣା ଘଟିଥିବା ବେଳେ ସକାଳେ ପୀଡିତା ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ l ପୀଡିତlଙ୍କୁ ଗଞ୍ଜାମ ଥାନାରେ ଅଭିଯୋଗ କରିବାକୁ ମହିଳା କମିଶନ କହିବା ପରେ ସେଠାରୁ ବସ ଯୋଗେ ଗଞ୍ଜାମରେ ପହଂଚିଥିଲେ l ଭାରତୀ ବିଦ୍ୟାପୀଠ ସ୍କୁଲ ସମୁଖରେ ହଟାତ ଅଚେତ ହୋଇ ପଡିଯାଇଥିଲେ ମହିଳା ଜଣକ l ସ୍ଥାନୀୟ ଲୋକେ ତାଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଓ ଏଏସ ଆଇ ସୁପ୍ରଭା ସାହୁ ମେଡିକାଲରେ ପହଞ୍ଚି ମହିଳାଙ୍କ ବୟାନ ରେକର୍ଡ କରିବା ସହ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିବା ଜଣା ପଡିଛି l ମେଡିକାଲ ଆମ୍ବୁଲାନ୍ସ ନଥିବାରୁ ପୋଲିସ ନିଜ ଗାଡ଼ିରେ ବ୍ରହ୍ମପୁର ନେଇଥିଲା l ଅନ୍ୟପଟେ ନିମଖଣ୍ଡି ଥାନାରେ ପୀଡିତ ମହିଳା ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ ବୋଲି ମହିଳା ଜଣକ | କିଛି ଲୋକ ଉଦ୍ଧାର କରି ଗଞ୍ଜାମ ମେଡିକାଲ କୁ ଆଣି ଥିଲେ | | ମହିଳା ଙ୍କ ଶାଶୂଘର ଗଞ୍ଜାମ ସହର ରେ | ତାଙ୍କୁ ତାଙ୍କ ସ୍ୱାମୀ ଇଞ୍ଜିକସନ ଦେଇ ବଳତ୍କାର ହୋଇଥିବା ପୀଡିତ ଜଣଙ୍କ ଗଞ୍ଜାମ ପୋଲିସ ଆଗରେ ବୟାନ ଦେଇଛନ୍ତି | ଅନ୍ୟପଟେ ମହିଳାଙ୍କ ଶଶୁର ଘଟଣାରେ ସତ୍ୟତା ନଥିବା ଗଣମାଧ୍ୟମକୁ କହିଛନ୍ତି l