April 29, 2026

ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଗଠନର ଆଲୋଚନାଚକ୍ର

IMG-20250715-WA0003
Share

 

 

କବିସୂର୍ଯ୍ୟନଗର,୧୪/୦୭,ଆଜି କବିସୂର୍ଯ୍ୟନଗର ସ୍ଥିତ ବନଦେବୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଗଠନର ଏକ ସ୍ଵତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I ସଂଗଠନର ସଭାପତି ପୀତବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସଂଘ ତରଫରୁ ଥିବା ବିଭିନ୍ନ ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା I ବିଶେଷ କରି ରାଜ୍ୟ ସରକାରଙ୍କ କୁଟୁମ୍ୱ ଯୋଜନାରେ ସଂଗଠନର ସଦସ୍ୟକୁ ସାମିଲ୍ କରିବା,ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ୫℅ ସିଟ୍ ସଂରକ୍ଷଣ ଏବଂ ଓଡ଼ିଶା ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କ ପାଇଁ ୫℅ ଆସନ ସଂରକ୍ଷଣ,ବନ୍ଦ ହୋଇଯାଇଥିବା ରେଳୱେ ପାସ୍ ପୁନଃ ପ୍ରଚଳନ ଆଦି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା I ବୈଠକରେ ସଂଗଠନର ଉପସଭାପତି ବଂଶୀଧର ଗୌଡ଼, ସମ୍ପାଦକ ରାମ ବଲ୍ଲଭ ବେହେରା, ସହ ସମ୍ପାଦକ ମୋଚିରମ୍ ବେହେରା, କୋଷାଧ୍ୟକ୍ଷ କେଦାରଶ୍ୱର୍ ପରିଡ଼ା ,ସଭ୍ୟ ସାଗର ପ୍ରଧାନ, ଶିବରାମ ସାହୁ,ପ୍ରମିଳା ମହାରଣା, ପ୍ରଭାସିନୀ ମହାରଣା, ଗୁରୁଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed