April 25, 2026

ଭଞ୍ଜନଗର ରୋଟାରୀ କ୍ଳବର ୧୮ତମ ଅଧିଷ୍ଠାନ ଦିବସ ।

IMG-20250714-WA0007
Share

 

 

.ବେଲଗୁଣ୍ଠା, ୧୩/୦୭-:ଭଞ୍ଜନଗରସ୍ଥିତ ଚକାଡୋଳା ସଭାମଣ୍ଡପ ଠାରେ ଆଜି ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଳା ସଭାପତି ୨୦୨୬/୨୭ ବର୍ଷ ଅନିଲ କୁମାର ସାମଲ,ଭଞ୍ଜନଗର ନଗରପlଳ ଗୋପବନ୍ଧୁ ମହାପାତ୍ର, ଜୋନାଲ ଚେୟାର ରଂଜିତ ପାଢ଼ୀ,ରୋଟାରୀ କ୍ଲବ ଆସିଷ୍ଟାଣ୍ଟ ଗଭର୍ଣ୍ଣର ପ୍ରବୀର କୁମାର ପୃଷ୍ଟି, ସଭାପତି ୨୦୨୫/୨୬ ବର୍ଷ ରଂଜିତ କୁମାର ବାରିକ, ସମ୍ପାଦକ ବିଶ୍ୱଜିତ ପୃଷ୍ଟି, ସମ୍ପାଦକ ୨୦୨୫/୨୬ ଏସ. ଗୁପ୍ତେଶ୍ୱର ସୁବୁଦ୍ଧି ଓ କାର୍ଯ୍ୟକ୍ରମ ଅଧ୍ୟକ୍ଷ ରୋଟାରୀୟାନ ରାମଚନ୍ଦ୍ର ମିଶ୍ର ମଞ୍ଚାସୀନ ହୋଇ ରୋଟାରୀ କ୍ଳବ ତରଫରୁ ରକ୍ତଦାନ ଶିବିର, ଗରିବ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ, ଲୁଗା, ଶୀତଲୁଗା ବଣ୍ଟନ, ମେଡିକାଲ ସେବା, ବନ ମହୋତ୍ସବ, ପରିବେଶ ସଚେତନତା, ବିଭିନ୍ନ ଜୟନ୍ତୀ ପାଳନ ସହ ଗରିବ ଛାତ୍ରଛାତ୍ରୀଙ୍କୁ ସହାୟତା କରି ପ୍ରଶଂସିତ ହେଉଥିବା ବିଧାୟକ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଫୁଲବାଣୀ, ନୟାଗଡ଼, ବ୍ରହ୍ମପୁର ରୋଟାରୀ କ୍ଲବର ବହୁ ସଦସ୍ୟ ଓ କର୍ମକର୍ତା ମାନଙ୍କୁ ମଂଚାସୀନ ଅତିଥିମlନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଭାପତି ବସନ୍ତ କୁମାର ପାତ୍ର ଓ ସମ୍ପାଦକ ବିଶ୍ୱଜିତ ପୃଷ୍ଟି ଚଳିତ ବର୍ଷର ସଭାପତି ରଂଜିତ କୁମାର ବାରିକ ଓ ସମ୍ପାଦକ ଏସ. ଗୁପ୍ତେଶ୍ୱର ସୁବୁଦ୍ଧିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନବାଗତ ବନ୍ଧୁ ମାନଙ୍କୁ ଜିଲ୍ଳା ସଭାପତି ୨୦୨୬/୨୭ ରୋଟାରୀ ପିନ ସହ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ଖୁସିଙ୍କ ଦ୍ୱାରା ପ୍ରାରମ୍ଭିକ ଜଗନ୍ନାଥ ଜଣାଣ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ ନୃତ୍ୟ ଅତିଥି ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲl l ପରେ ଦଳଗତ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସନ୍ତୋଷ କୁମାର ଜେନା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀରାମ ପ୍ରସାଦ ପାଳ ସଂଯୋଜନା ସହ ପରିଚାଳନା କରିଥିଲେ । ବିଦାୟୀ ସଭାପତିଙ୍କ ଦ୍ୱାରା ଉଲ୍ଲେଖନୀୟ ଅବଦାନ ପାଇଁ ଦଶ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦ୍ୟୁମ୍ନ କୁମାର ମଳିକ, ଭି ଦେବି ପ୍ରସାଦ ପାତ୍ର,ସୁଧୀର କୁମାର ପାଣିଗ୍ରାହୀ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ସନତ କୁମାର ସୁବୁଦ୍ଧି, ବିଚିତ୍ର କୁମାର ପାଣିଗ୍ରାହୀ, ଦିଲ୍ଲୀପ ରାଜୁ, ସୁଶାନ୍ତ କୁମାର ବେହେରା, ଶ୍ରୀନିବାସ ସୁବୁଦ୍ଧି, ସୁମନ କୁମାର ପୃଷ୍ଟି, ପ୍ରଶାନ୍ତ କୁମାର ସାହୁ,ପବିତ୍ର କୁମାର ପ୍ରଧାନ, ମଧୁସୂଦନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ବାହାଡାପଦର ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା । ଶ୍ରୀରାମ ପ୍ରସାଦ ପାଳ ଭାଗ୍ୟଶାଳୀ ପୁରସ୍କାର କାର୍ଯ୍ୟକ୍ରମ ପରିଚାଳନା କରି ଅତିଥି ମାନଙ୍କ ଦ୍ୱାରା ଉପହାର ପ୍ରଦାନ କରାଯାଇଥିଲା । “ବିପଦର ବନ୍ଧୁ “ସଂଗଠନର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ । ବେଲଗୁଣ୍ଠା ପ୍ରେସ କ୍ଲବ ତରଫରୁ ନୂତନ ସଭାପତି ଶ୍ରୀ ବାରିକ, ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ଓ ନୟାଗଡ ଆସିଥିବା ବରିଷ୍ଟ ସାମ୍ବାଦିକ ଶ୍ରୀକାନ୍ତ ଖଟେଇଙ୍କୁ ବ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୟରେ ଉପସ୍ଥିତ ସଦସ୍ୟମାନେ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ l ଶତାୟୁ ସଂସ୍କୃତିକ ସଂଗଠନ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର କୁଳପତି ପ୍ରହଲ୍ଲାଦ ଲେଙ୍କା, ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ ଓ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ନୂତନ ଭାବେ ଅଧିଷ୍ଠିତ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରିଥିଲେ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ରୋଟାରୀ ପରିବାର ଯୋଗ ଦେଇଥିଲେ ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ