March 8, 2026

ପ୍ରାନ୍ତୀୟ ଆୟୁଷ ଛାତ୍ର ସମ୍ମିଳନୀ ଉଦ୍ଘାଟିତ..

IMG-20250711-WA0080
Share

 ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ପ୍ରାନ୍ତୀୟ ଆୟୁଷ ଛାତ୍ର ସମ୍ମିଳନୀ ଉଦ୍ଘାଟିତ ହୋଇସାରିଛି । ଏଥିରେ ଦଣ୍ଡି ସ୍ବାମୀ ଶଙ୍କରାଚାର୍ୟ ମଠ, ସ୍ବାମୀ ଅଭୟାରଣ୍ୟ ସରସ୍ଵତୀ ମହାରାଜ, ଡ଼ା ହରିହର ହୋତା, ଡ଼ା ବିପିନ ବିହାରୀ ଖୁଣ୍ଟିଆ, ଶ୍ରୀ ବାଇ ଲୋଚନ ସାହୁ, ଡ଼ା ଆଦର୍ଶ ରାୱତ, ଡା କବିତା ରଥ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସର ରେ ଦଣ୍ଡି ସନ୍ୟାସୀ ମହାରାଜ ଆୟୁର୍ବେଦ ଶାସ୍ତ୍ର ର ମହିମା ଏଵଂ ବ୍ୟପକତ୍ଵ ବିଷୟ ରେ ବର୍ଣ୍ଣନା କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଆୟୁଷ ଛାତ୍ର ବିଭାଗ ଜିଜ୍ଞାସା ପ୍ରମୁଖ ଡ଼ା ଆଦର୍ଶ ରାୱତ, ଜିଜ୍ଞାସା ଏଵଂ ମନ୍ଥନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ର ଡ଼ା ବିପିନ ବିହାରୀ ଖୁଣ୍ଟିଆ, ଜଗନ୍ନାଥ ସଂସ୍କୃତ ବିଶ୍ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ର ହରିହର ହୋତା, ପ୍ର କବିତା ରଥ ଉପସ୍ଥିତ ଛାତ୍ର ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏତତ୍ ବ୍ୟତୀତ ବୈଜ୍ଞାନିକ ସମ୍ଭାସା ରେ ଆଧୁନିକ ବିକଶିତ ଭାରତ ଗଠନ ଦିଗ ରେ ସ୍ବାମୀ ଶୁଭାନନ୍ଦ, ଡ଼ା ସୁଧାକର ରେଡି, ଡ଼ା ମୋନିକା ମୂଲୟ, ଡ଼ା ତାନଭି ଶେଖ୍ ବିଭିନ୍ନ କାର୍ଯ୍ୟପନ୍ଥା ଏଵଂ ବୈଜ୍ଞାନିକ ଦୃଷ୍ଟିକୋଣ କୁ ଆଲୋକପାତ କରିବା ସହ ଆୟୁଷ ଡାକ୍ତରୀ ବିଦ୍ୟା ଏଵଂ ଦେଶ ର ସ୍ବାସ୍ଥ୍ୟବସ୍ଥା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ସର୍ବଶେଷ ରେ ସାଂସ୍କୃତିକ କାର୍ଯକ୍ରମ ସହିତ ପ୍ରଥମ ଦିନ ର ମନ୍ଥନ କାର୍ଯକ୍ରମ ଶେଷ ହୋଇଥିଲା। ଏହି ମନ୍ଥନ କାର୍ଯକ୍ରମ ଆସନ୍ତା କାଲି ଅର୍ଥାତ୍ ତା ୧୨-୦୭-୨୫ ଦିନ ଅନ୍ତ ହେବ ବୋଲି ଜିଜ୍ଞାସା ରାଜ୍ୟ ସଂଯୋଜକ ଶ୍ରୀ ଗିରିଧାରୀ ବିଶ୍ଵାଳ ଅବଗତ କରାଇଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ