April 27, 2026

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ..

IMG-20250708-WA0054
Share

ପାରଳାଖେମୁଣ୍ଡି, ତା.୦୭.୦୭.୨୦୨୫

 

ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅରୁଣ କୁମାର ତ୍ରିପାଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତି, ସହକାରୀ ଜିଲ୍ଲାପାଳ ମଞ୍ଜୁଲତା ବେହେରା, ରାୟଗଡ଼ା ସିଡିପିଓ ଶ୍ରୀମତୀ ବି. କମାଳଙ୍ଗି,ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ତଥା ଗୁରୁ ରଘୁନାଥ ପାତ୍ର, କ୍ରିଏଟିଭ ଆର୍ଟସ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ । ତୃତୀୟ ତଥା ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ପାରଳାଖେମୁଣ୍ଡିର ୧୧ ଗୋଟି ସାଂସ୍କୃତିକ ଅନୁଷ୍ଠାନ କଳାକାରମାନଙ୍କ ଦ୍ଵାରା ଶସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, କୁଚୁପୁଡ଼ି,ସମ୍ବଲପୁରୀ, ଓ ଭଜନ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ ।