April 25, 2026

ଗଜପତିରେ ୩୦ କୋଟିର ଟଙ୍କା ସୁନା ଗହଣା ନେଇ ଦମ୍ପତି ଫେରାର ଘଟଣାରେ…..ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା 

IMG-20250708-WA0038
Share

 

 

ପାରଳାଖେମୁଣ୍ଡି:୮/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ମହିଳାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ୩୦ କୋଟି ଟଙ୍କା ଠକି ଫେରାର ହୋଇଥିବା ଦମ୍ପତ୍ତିଙ୍କ ଘଟଣାରେ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି କ୍ଷତିଗ୍ରସ୍ତ ମହିଳାମାନେ. ଗତକାଲି ଗଜପତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଏହି ମହିଳାମାନେ. ଏକାଧିକ ମହିଳା ଗୋଷ୍ଠୀ ନାମରେ ବିଭିନ୍ନ ପ୍ରଲୋଭନ ଦେଖାଇ ସହ ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ଋଣ ଉଠାଇ ସମସ୍ତ ଟଙ୍କା ଠକି ନେଇଛନ୍ତି ପାରଳାଖେମୁଣ୍ଡି ଦୋଳଟାଙ୍କି ରୋଡ୍ ତଥା ଭିକ୍ଟରୀ କଲୋନୀର ଝିଲି ସାହୁ ଓ ତାଙ୍କ ସ୍ବାମୀ ଉଦୟନାଥ ସାହୁ | ଏପରିକି ବିଶ୍ବାସ ଜନ୍ମାଇ ଅନେକଙ୍କ ଠାରୁ ସୁନା ଗହଣା ନେଇ ମହିଳା ମାନଙ୍କ ଉପରେ ରଣବୋଝ ଲଦି ଚମ୍ପଟ ମାରିଛନ୍ତି । ସେପଟେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଋଣ ପରିଶୋଧ କରିବାକୁ ବିଭିନ୍ନ ଚାପ ପକାଉଛନ୍ତି I ମହିଳାଙ୍କ ଠାରୁ ଠକି ନେଇଥିବା ମୋଟ ଅର୍ଥର ପରିମାଣ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି। ଗତକାଲି କ୍ଷତିଗ୍ରସ୍ତ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି I ପ୍ରଶାସନ ଓ ପୁଲିସ କେବଳ ସାନ୍ତ୍ୱନା ଦେଇ ଫେରାଇ ଦେଇଥିବା ମହିଳା କହିଛନ୍ତି। ଅନ୍ୟପକ୍ଷରେ ଗତ ୪ ମାସ ହେଲା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଠକ ଦମ୍ପତିଙ୍କ ଟେର୍ କିପରି ପାଉନି ପୁଲିସ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି.

You may have missed