April 24, 2026

ଅପରିଚିତ ଅସହାୟ ବୃଦ୍ଧାଙ୍କ ସହାୟ ହେଲା ମା ଶାରଳା ଫାଉଣ୍ଡେସନ l

IMG-20250704-WA0106
Share

ତିର୍ତ୍ତୋଲ, ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ତିର୍ତ୍ତୋଲ ବ୍ଲକ ଅଧିନ ମୁଳିସିଂ ପଞ୍ଚାୟତ ତଥା ଗ୍ରାମ ହାଟରେ ଦୈନିକ ଝାଡୁରେ ସଫା ରଖି ଆସୁଥିବା ବିକି ମାଉସୀ ହଠାତ ଅସୁସ୍ଥ ହୋଇ ପଡିବାରୁ ଅଜ୍ଞାତ ଅସହାୟ ଭାବି ସ୍ଥାନୀୟ ସରପଞ୍ଚ ସାଫି ଆଜାମ୍ ତାଙ୍କୁ ସେଠାରୁ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ସାରଳା ଫାଉଣ୍ଡେସନକୁ ହସ୍ତାନ୍ତର କରିଥିଲେ । ମା ଶାରଳା ଫାଉଣ୍ଡେସନର ପ୍ରତିଷ୍ଠାତା ସୋନାଲି ମହାନ୍ତି ଓ ସଦସ୍ୟ ସଦସ୍ୟା ହୃଷିକେଶ ପରିଜା, ସ୍ମୃତି ରଞ୍ଜନ ଲେଙ୍କା, ଝୁନିଵାଳା ଦାସ, ନିରଜ ସିଂ, ଶ୍ରୀତମ ସୌରଭ ସାହୁ, ନୀଳାଞ୍ଚଳ ସାହୁ, ବିଶ୍ୱନାଥ ମହାପାତ୍ର, ଶିଶୁ ରଞ୍ଜନ ମହାନ୍ତି, ତିର୍ତୋଲ କଲେଜର ପୂର୍ବତନ ଅଧକ୍ଷ ସଦାଶିବ ସାହୁ, ବିଦ୍ୟା ପ୍ରକାଶମନମୟ କୁମାରଙ୍କ ସହ ଫାଉଣ୍ଡେସନର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ଦିନ ଚିକିତ୍ସା କରାଯାଇଥିଲା l ବୃଦ୍ଧା ଜଣକ ସୁସ୍ଥ ହେବା ପରେ ଫାଉଣ୍ଡେସନ ତରଫ ରୁ ରଜନୀ ଦେଵୀ ଜରାଶ୍ରମ କୁଜଙ୍ଗ ର ଅଧକ୍ଷା ଆଇନଜୀବି ମଞ୍ଜୁଲତା ରାଉତଙ୍କ ସହିତ ଯୋଗାଯୋଗ କରାଯାଇ ବୃଦ୍ଧାଙ୍କୁ ସେଠାକୁ ହସ୍ତାନ୍ତର କରାଇଥିଲେ l ବିଶେଷ ସୂତ୍ରରୁ ପ୍ରକାଶ ଯେ ବିକି ମାଉସୀ କାକଟପୁର ଅଞ୍ଚଳରୁ ଏକ ମୁସଲିମ୍ ବିବାହ ଭୋଜିରେ ଆସି ବିକୃତ ମସ୍ତିଷ୍କ ଥିବାରୁ ଏହିଠାରେ ରହିଯାଇଛି l ପ୍ରାୟ ୮ବର୍ଷ ହେବ ମୂଳିସିଂ ହାଟରେ ରହି ଝାଡୁ ମାରି ପରିବେଶକୁ ସଫା ରଖିଆସୁଥିଲା l ଅରକ୍ଷିତ କୁ ଦଇବ ସାହାହେଲା ପରି ସରପଞ୍ଚ ସଫି ଆଜମ ଙ୍କ ମାଧ୍ୟମରେ ସଂଗଠନ ର ସାହାଯ୍ୟରେ କୁଜଙ୍ଗ ର ରଜନୀ ଦେବୀ ଜରାଶ୍ରମ ରେ ଆଶ୍ରିତ ଅଛି l

You may have missed