June 23, 2026

ଗଛମୂଳେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

IMG-20250704-WA0005
Share

 

ହାଟଡିହି ତା ୦୩/୦୭(ମନମୋହନ ନାୟକ) : ଗଛମୂଳେ ଗଢା ଚାଲିଛି ଅଙ୍ଗନୱାଡ଼ି ଶିଶୁଙ୍କ ଭବିଷ୍ୟତ।ସରକାର ବିକାଶର ରଥ ବୁଲାଇ ବିକାଶ ର ବାର୍ତ୍ତା ବାଣ୍ଟୁ ଥିବାବେଳେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି।ଏହି ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡିମିରିଆ ଅଙ୍ଗନୱାଡ଼ି କେନ୍ଦ୍ର ରେ।ସରକାର ଶିଶୁ ଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି।କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହାର ସଫଳ ରୂପାୟନ ହୋଇପାରିନାହିଁ। ଗଛମୂଳେ ଜୀବନ ସହ ଲଢ଼ି ଗଢା ହେଉଛି କୁନି କୁନି ପିଲାଙ୍କ ଭବିଷ୍ୟତ।ଜିଲ୍ଲାପ୍ରଶାସନ ଡିମିରିଆ ଅଙ୍ଗନୱାଡ଼ି କେନ୍ଦ୍ର କୁ ଗୃହ ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଗୁହାରି କରିଛନ୍ତି।