March 10, 2026

ଗଜପତି ଜିଲ୍ଲାର ପୂର୍ବାଂଚଳ ପାର୍ବତ୍ୟାମାଳାର ବିକାଶର ଆବଶ୍ୟକତା ରହିଛି 

IMG-20250702-WA0014
Share

 

ପାରଳାଖେମୁଣ୍ଡି;୨/୭(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଯେଉଁଠି ସମତଳ ଜମିର ଅଭାବ ପରିଲିକ୍ଷିତ ହୋଇଥାଏ।ତଥାପି କ୍ରୁଷି ଭିତ୍ତିକ କାର୍ଯ୍ୟକ୍ରମ ସହ ଉଦ୍ୟାନ ଭିତ୍ତିକ ବିକାଶର ଆବଶ୍ଯକତା ରହିଛି।ବିଶେଷ କରି କ୍ୟୁଇନ୍ ସପୁରୀ,ଖଜରା ପଣଷ ଏବେବି ବଜାରୀକରଣରେ ସାର୍ବଜନୀନ ହେବାସହ ଉପାନ୍ତ ଆଦିବାସୀବହୁଳ ଅଂଚଳରେ ଆଦାୟ ଭିତ୍ତିକ କାର୍ଯ୍ୟକ୍ରମ ବହୁଳ ଭାବେ ହୋଇପାରିବ।ଏହାର ପ୍ରସ୍ତୁତି ଏକ ଉତ୍କ୍ରୁଷ୍ଟ ତଥା ଗୁଣାତ୍ମକ ମାନ ସ୍ରୁଷ୍ଟି କରିବା ସହ ଅଂଚଳର ବିକାଶରେ ଶ୍ରେଷ୍ଠ ମୂଲ୍ୟାଙ୍କନ ହୋଇପାରିବ।ସ୍ଥାନୀୟ ଏସ୍.ଡବ୍ଲୁ.ଡବ୍ଲୁ.ଏସ୍. ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ସମାବେଶରେ ଅଗ୍ରଗାମୀ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତ ଦାସ ନିଜର ମତବ୍ୟକ୍ତ କରିଥିଲେ।ତ୍ରୁଣମୂଳ ସ୍ତରରେ ପାହାଡ଼ିଆ ଅଂଚଳରେ ଆଜିକାଲି ମିଲେଟ୍ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି।ଜୈବ ପଦ୍ଧତି ସଂପନ୍ନ ଚାଷ ମାଧ୍ୟମରେ ଏଥିରେ ଉତ୍ପାଦିତ ଶସ୍ଯ ଗୁଡିକ ପୁଷ୍ଟିଯୁକ୍ତ ଆହାର ଯୋଗାଇଥାଏ।ପାରଂପାରିକ ବିହନ ଚାଷ କରିବାଦ୍ୱାରା ଆଦିବାସୀ ଚାଷୀ ଅଧିକ ଉତ୍ପାଦନକ୍ଷମ ହୋଇପାରୁଥିଲେ।ଏହି ପାର୍ବତ୍ୟାଞ୍ଚଳ ଚାଷ ହ୍ରାସ ପାଇବାଦ୍ୱାରା ଅଧିକାଂଶ ଆଦିବାସୀ ଜୀବିକା ପାଇଁ ଦେଶାନ୍ତର ହେବାକୁ ବାଧ୍ୟ ହେଉଛନ୍ତି।ବର୍ତ୍ତମାନ ଏହି ଦେଶାନ୍ତର ହେବାଦ୍ୱାରା ପ୍ରତିବର୍ଷ ସ୍ୱାସ୍ଥ୍ୟ ଅବଗତି କାରଣରୁ ହାରାହାରି ୫ ଜଣ ମ୍ରୁତ୍ୟୁବରଣ କରୁଛନ୍ତି।ସେମାନଙ୍କର ଜୀବନଜୀବିକା ସନ୍ଦିହାନ ସ୍ଥିତିରେ ରହିଛି।ଯଦିଓ ଗଜପତି ଜିଲ୍ଲାରେ କେତୋଟି ଅଗ୍ରଣୀ ଅନୁଷ୍ଠାନ ସେମାନଙ୍କର ଅର୍ଥନୈତିକ ପରିବର୍ତ୍ତନରେ ଅହଂ ଭୂମିକା ସ୍ରୁଷ୍ଟି କରିପାରିଛନ୍ତି।ତଥାପି ଆର୍ଥିକ ସମ୍ୱଳ ହ୍ରାସ ଯୋଗୁଁ ସେମାନଙ୍କର କାର୍ଯ୍ୟକ୍ରମ ସୀମିତ ରହିଛି।ତେଣୁ ସରକାରୀ ଓ ସ୍ଵେଚ୍ଛାସେବୀ ସଂଗଠନର ଦ୍ୱୈତ ଭୂମିକାର ଆବଶ୍ୟକତା ରହିଛି।ଯାହାଦ୍ଵାରା ପୂନର୍ବାର ସେହି ଉପେକ୍ଷିତ ଅନଗ୍ରସର ଉପାନ୍ତ ଆଦିବାସୀ ମାନଂକୁ ପୂନର୍ବାର ଜୀବିକା ଦିଗରେ ରାସ୍ତା ଦେଖାଇପାରିବ।ଆଜି ମହିଳାମାନଙ୍କ ନେତୃତ୍ବ କ୍ଷେତ୍ରରେ ଏହି ସବୁ ଅନୁଷ୍ଠାନର ଭୂମିକା କମ୍ ନୁହେଁ।ସେମାନଙ୍କୁ ପୁନର୍ସଂଗଠନ କରି ସେମାନଙ୍କର ନିଷ୍ପତ୍ତି କରଣ ପ୍ରକ୍ରିୟାକୁ ଉଦ୍ଭୁଦ କରିବାର ଆବଶ୍ୟକତା ରହିଛି। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସିସିଡିର ସଂପାଦକ ଏ.ଜଗନ୍ନାଥ ରାଜୁ,ଜନ କଲ୍ୟାଣ ପ୍ରତିଷ୍ଠାନର ସଂପାଦକ ଦୂର୍ଗାମାଧବ ପଣ୍ଡା,ଅଗ୍ରଗାମୀର ପ୍ରମୋଦ କୁମାର ପଣ୍ଡା ଏବଂ ରଂଗଧର ବେହେରା ଇସାରାର ଜଗଦୀଶ ପଣ୍ଡିତ,ଏସ୍. ଡବ୍ଲୁ.ଡବ୍ଲୁ.ଏସ୍.ର ଗଭର୍ଣିଂ ବଡିର ସଦସ୍ୟ ଭାଗବତ ପାଢୀ,ସଂପାଦକ ସୁରେନ୍ଦ୍ର ପଣ୍ଡା,ପି.ସୁନୀତା ନିଜର ମତାମତ ପ୍ରଦାନ କରିଥିଲେ। ଶେଷରେ ସୁରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହାକୁ ଏସ୍. ଡବ୍ଲୁ.ଡବ୍ଲୁ.ଏସ୍. ର ସୋମନାଥ ହଳଧର,ଏମ୍.ଗିରିବାବୁ,ଶ୍ରୀମା ବେହେରା ଏବଂ ସୁନୀତା ପାଢୀ ପରିଚାଳନା କରିଥିଲେ।