April 26, 2026

ହେଉନି ରାସ୍ତା ମରାମତି, ବାରମ୍ବାର ଘଟୁଛି ଦୁର୍ଘଟଣା, ପ୍ରତିକାର ଦାବି 

IMG_20250628_211903
Share

ବୁଗୁଡ଼ା : ତା ୨୮/୦୬/୨୫ : ବୁଗୁଡ଼ା ସହରର ଅରବିନ୍ଦ ନଗର ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି l ବାରମ୍ବାର ଅଭିଯୋଗ ସତ୍ୱେ ମରାମତି ହେଉ ନଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି l ପୂର୍ବରୁ ଏହି ରାସ୍ତାରେ ପଡ଼ିଥିବା ପେଭେର ଭାରି ଯାନ ଯୋଗୁଁ ପେଭେର ଉଠି ଖାଲ ଖମା ହୋଇଯାଇଛି l ବର୍ଷା ପାଣି ଜମି ରହିବା ଫଳରେ ଖାଲ ଦେଖା ଯାଉ ନଥିବାରୁ ଯାନବାହାନ ଧରି ସେହି ରାସ୍ତାରେ ଯିବାବେଳେ ଗାଢ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଅରବିନ୍ଦ ନଗରରେ ଅନେକ କୋଚିଂ ସେଣ୍ଟର ରହିଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜର ଶହ ଶହ ଛାତ୍ରଛାତ୍ରୀ ଦୈନିକ ଦୁଇ ବେଳା ଯିବାଆସିବା କରିବା ସମୟରେ ସେହି ଗାଢ ଜାଗାରେ ହିଁ ସମସ୍ଯାରେ ପଡୁଛନ୍ତି । ଦୀର୍ଘ ଦିନ ହେଲା ସେହି ରାସ୍ତାରେ ଏଭଳି ଗାଢ ସୃଷ୍ଟି ହୋଇଥିଲେ ହେଁ ତାହା ସ୍ଥାନୀୟ ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଶେଷ କରି ବର୍ଷା ହେଉଥିବା ସମୟରେ ସେହି ଗାଢଟି ଜଳପୂର୍ଣ୍ଣ ରହୁଥିବାରୁ ପଦଚାରୀଙ୍କ ପାଇଁ ସମସ୍ଯା ସାଙ୍ଗକୁ ଯାନବାହାନ ଚାଳକଙ୍କ ପାଇଁ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ ଯାନବାହାନ ସେଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ , ଅରବିନ୍ଦ ନଗର ରାସ୍ତାରେ ରହିଥିବା ସେହି ବିପଦ ଆହ୍ବାନକାରୀ ଗାଢ଼କୁ ମରାମତି କରିବା ଦିଗରେ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏନ୍ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି । ଏ ନେଇ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପଚାରିବାରେ ଏହି ରାସ୍ତାରେ ଭାରି ଯାନ ନ ନେବା ପାଇଁ ଅନୁରୋଧ କରାଯାଉଥିଲେ ହେଁ କିଛି ବ୍ୟବସାୟୀ ଏହାକୁ ମାନୁ ନଥିବା କହି ତୁରନ୍ତ ଏହି ରାସ୍ତାର ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l