September 22, 2026

ଉମରକୋଟ ଠାରେ ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ ର ଛାତ୍ର ସଂଗଠନ ର ପ୍ରତିବାଦ…………….

IMG-20250626-WA0006
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଆଗରେ ଧାରଣା ଦେଇ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କ୍ଲାସ ବର୍ଜନ କରି କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଥିଲେ । ଓଡ଼ିଶାରେ ବିଜେପି ସରକାର ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅତ୍ୟାଚାର ଘଟଣା ପ୍ରତି ନିରବ ଦର୍ଶକ ହୋଇ ରହିଛି। ସେମାନେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ନିରନ୍ତର ଖରାପ ହେଉଛି। ପ୍ରତିଦିନ ଖବରକାଗଜରେ ଯୁବତୀମାନଙ୍କୁ ହଇରାଣ କରାଯିବା, ଦୁଷ୍କର୍ମ, ଅପହରଣ କିମ୍ବା ହତ୍ୟାର ଖବର ପ୍ରକାଶ ପାଉଛି। ଗୋପାଳପୁରରେ ଘଟଣାରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଥିଲା, ଯିଏକି ଗଛରେ ବନ୍ଧା ହୋଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା କେନ୍ଦୁଝରରେ ଏକ ଦୁଃଖଦ ଘଟଣା ଘଟିଛି। ହିସାବ ଅନୁଯାୟୀ, ଓଡ଼ିଶାରେ ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି। ଏପରି ବଢୁଥିବା ଘଟଣା ମହିଳାଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି ।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରାଜ୍ୟ ସରକାର ଏହି ଖରାପ ହେଉଥିବା ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ପ୍ରତିବାଦ ସଭାରେ ପୈରଅଧ୍ୟକ୍ଷା ରାଧାଭତ୍ରା , କାଉନସିଲର ନିଲମ ହରିଜନ ଓ ମନୋଜ ନାୟକ, ବିକ୍ରମ ସରକାର, ଲଳିତ ସେଠି , କୈଳାସ ନାୟକ , ଚନ୍ଦନ ବେହେରା, ହିମାଂଶୁ ଜେନା,ଶୋଭା ରାମ ମାଝୀ, ସୁବାଷ ସାନ୍ତା, ରତିରାମ ମାଝୀ, ଜୁମରା ସାନ୍ତା ଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

You may have missed