April 26, 2026

ମହା ପ୍ରଭାବ  ନ୍ୟୁଜ ପ୍ରସାରଣ ପରେ ଆକ୍ସନ ମୋଡ଼ରେ ବନଖଣ୍ଡ ଅଧିକାରୀ 

IMG-20250625-WA0012
Share

             ହାତୀପଲ ଉପରକୁ ୨ ଜଣ ବ୍ୟକ୍ତି ପଥର ମାଡ଼ ଭିଡିଓ ଭାଇରାଲ ଏବଂ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଅନିୟମିତତା

 

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଟଣା ରେଞ୍ଜରେ କାର୍ଯ୍ୟରତ ଥିବା ୨ ଜଣ ଫରେଷ୍ଟରଙ୍କୁ ବଦଳି କରାଯାଇଛି l ପାଟଣା ବନାଞ୍ଚଳ ରେ କାର୍ଯ୍ୟରତ ଥିବା ପିଅନ ନାଏକଙ୍କୁ ବଡ଼ବିଲ ବନାଞ୍ଚଳ ର ବଡ଼ବିଲ ସେକ୍ସନକୁ ବଦଳି ହୋଇଥିବା ବେଳେ ସାହାରପଡା ସେକ୍ସନରେ କାର୍ଯ୍ୟରତ ଥିବା ଭୂପତି କୁମାର ସେଠିଙ୍କୁ ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ଗୁଆଲି ସେକ୍ସନକୁ ବଦଳି କରଯାଇଛି l

 

ମେ ମାସ ୨୯ ତାରିଖ ରାତିରେ ୨୬ ଟିକିଆ ହାତୀପଲ ପାଟଣା ବନାଞ୍ଚଳ ବାଲିଯୋଡି ଠାରେ ବୈତରଣୀ ନଦୀ କ୍ରସ କରୁଥିବା ସମୟରେ ୨ ଜଣ ବ୍ୟକ୍ତି ଟ୍ରଚ ଲାଇଟ ଧରି ହାତୀପଲ ପାଖକୁ ଯାଇ ପଥର ମାଡ଼ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା l ୩୦ ରାତିରେ ହାତୀପଲ ୨୨୦ ନମ୍ବର ଜାତୀୟ ରାଜପଥ କ୍ରସ କରୁଥିବା ସମୟରେ ଉଭୟ ପଟରେ ଗାଡ଼ିର ଉଚ୍ଚା ଶବ୍ଦ ଏବଂ ଅତ୍ୟଧିକ ଲାଇଟ ସହ ଲୋକ ମାନେ ହୋହାଲ୍ଲା କରି ଘୋଉଡାଉ ଥିବା ଭିଡିଓ ଭାଇରାଲ ଘଟଣା l

 

ସେପଟେ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି ବିରଳ ନଦୀ ତେଣୁ ବାଲି ଚୋରା ଚାଲାଣ ପାଇଁ ଜଙ୍ଗଲ ର ଗଛ କଟା ଯାଇ ତିଆରି ହେଇଛି ଅସ୍ଥାୟୀ ରାସ୍ତା, ଯାହା ଫଳରେ ସଂରକ୍ଷିତ ଜଙ୍ଗଲଟି ବହୁ ମାତ୍ରାରେ ଅନିୟମିତତା ଆଡକୁ ଚାଲି ଯାଇଛି l ଶାଳ ଗଛ ଗୁଡିକୁ ମେସିନ କରତ ସାହାଯ୍ୟରେ କଟା ଯାଇ ଗଳ କରି ମାଫିଆ ମାନେ ଚାଲାଣ କରୁଛନ୍ତି, ସେପଟେ ଜଙ୍ଗଲକୁ ଲାଗି ପଡି ରହିଛି ଶାଳ ଗଳ, ଯାହାର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ l ଏହି ସଂରକ୍ଷିତ ଜଙ୍ଗଲରେ ଯେଭଳି ଗଛ କଟା ସାଙ୍ଗକୁ ଅସ୍ଥାୟୀ ରାସ୍ତା, ଯାହା ଫଳରେ ଜଙ୍ଗଲ ଫାଙ୍କା ହେବା ସହିତ ବିଭିନ୍ନ ଜୀବଜନ୍ତୁ ଉପରେ ପଡୁଛି କୁ ପ୍ରଭାବ, ବାଲି ଗାଡ଼ି ଦିନ ରାତି ଏକ କରି ଜଙ୍ଗଲ ମଧ୍ୟରେ ଯାତାୟାତ କରୁଥିବା ହେତୁ ଜଙ୍ଗଲୀ ଜୀବଜନ୍ତୁ ମାନେ ଅସୁରକ୍ଷିତ ହୋଇ ଗାଁ ମୁହାଁ ହେଉଛନ୍ତି l

 

ଏହି ୨ ଘଟଣାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡ଼ି ଗୁରୁତର ନେଇ ୨ ଫରେଷ୍ଟରଙ୍କୁ ବଦଳି କରିଛନ୍ତି l ଏପରି ଦୃଢ଼ କାର୍ଯାନୁଷ୍ଠାନ ନେଇଥିବା ବନଖଣ୍ଡ ଅଧିକାରୀଙ୍କୁ ସାହାରପଡା ବ୍ଲକ ରାଇଡିହା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୁ ନାଏକ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଯାଇଛନ୍ତି l