ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି ର ସପ୍ତମ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି;୧୯/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଶାଣୀବ୍ଲକଅଧ୍ୟକ୍ଷଏନ୍.ବୀରରାଜୁଙ୍କସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲାଏହିବୈଠକରେ ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧମ ମାଝୀ, ବ୍ଲକ ଉପାଧ୍ୟକ୍ଷ ଏସ୍.ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍.ବାଲାରାଜୁ, ସାଂସଦ ପ୍ରତିନିଧି ଏସ୍.ଲିଙ୍ଗରାଜ୍ ତହସିଲଦାର ନାରାୟଣ ବେହେରା ଏବଂ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟସଭ୍ୟା, ବିଭାଗୀୟ ଅଧିକାରୀ, ବ୍ଲକରସମସ୍ତକର୍ମଚାରୀମାନେ ଉପସ୍ଥିତ ଥିଲେ । ସାଂସଦ ପ୍ରତିନିଧି ଏସ. ଲିଙ୍ଗରାଜ ଆମ୍ଭୁଲେନ୍ସ ସେବା,ବିଭିନ୍ନପଞ୍ଚାୟତରେ ବିଦ୍ୟୁତବ୍ୟବସ୍ଥା ,ପାନୀୟଜଳ ଯୋଗାଣ ,ଡାକ୍ତର ନିର୍ଯୁକ୍ତି ଉପରେ ଗୁରୁତ୍ୱ ଦେଇ କିପରି ତୁରନ୍ତ ପଦକ୍ଷେପ ନିଆଯିବ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ତାହା ପାଇଁପରାମର୍ଶଦେଇଥିଲେ।ଏହି ବୈଠକରେ କୃଷି, କ୍ଷୁଦ୍ର ଜଳସେନ, ଶିକ୍ଷା, ଉନ୍ନୟନ କାମ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗ, ଜଳ ବିଭାଜିକା ମୃତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ପଶୁ ପାଳନ, ମହିଳା ଓ ଶିଶୁ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ ସହ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା ଓ ସମୀକ୍ଷା କରାଯାଇଥିଲା ବିଭାଗୀୟ ସ୍ତରୀୟ ସମୀକ୍ଷା ବେଳେ କେତେକ ବିଷୟକୁ ନେଇ ସରପଞ୍ଚ ଓ ସମିତି ମାନେ କ୍ଷୁବ୍ଧ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା । ସେହିପରି ଅସମ୍ପୂର୍ଣ୍ଣ କାମ ଗୁଡିକୁ ଶେଷ କରିବା, ବିଶେଷ କରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ପ୍ରତି ତୁରନ୍ତ ସମାଧାନ କରିବା, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମଚାରୀ ତଥା ଡାକ୍ତରଙ୍କ ଉପସ୍ଥିତ ରହିବା ଆଦି ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ଯେପରି ଆଗାମି ବୈଠକରେ ସମସ୍ୟା ଗୁଡିକର ସମାଧାନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ବିଡିଓ ଶ୍ରୀ ମାଝୀ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ଭାରପ୍ରାପ୍ତ ଜିପିଇଓ ବିନୋଦ ଗୌଡ ପରିଚାଳନାକରିଥିବାବେଳେ ଉନ୍ନୟନ କାମ ଗୁଡିକର ସବିଶେଷ ବିବରଣୀ ବ୍ଲକ ଉପନିର୍ବାହୀ ଯନ୍ତ୍ରୀ ନିହାର ନାୟକ ପଠନ କରିଥିଲେ । ପରିଶେଷରେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।