August 7, 2026

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

IMG-20250617-WA0063
Share

 

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

 

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ପଣ୍ଡାପଡ଼ା ଥାନା ଅଞ୍ଚଳର ତେନ୍ତଳାପଶି ଗ୍ରାମର ଜଣେ ଯୁବତୀଙ୍କ ମୃତଦେହ ଘର ପଛପଟେ ଥିବା ସଜନା ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଉତ୍ୟକ୍ତ ଲୋକେ କାଠ ଗଣ୍ଡି ରାସ୍ତା ଉପରେ ପକାଇ ସମ୍ପୂର୍ଣ ଅବରୋଧ କରିଛନ୍ତି l ଉତ୍ତେଜନା ଲାଗି ଥିବା ରୁ ତେଲକୋଇ ବିଧାୟକ ପହଞ୍ଚି ପରିବାର ଏବଂ ଗ୍ରାମବାସି ମାନଙ୍କ ସହିତ ବୁଝା ସୁଝା କରୁଛନ୍ତି l ସେପଟେ ସନ୍ଧିଗ୍ଧ ମାନେ ଫେରାର ଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ଭାବେ ତନାଘନା କରୁଛନ୍ତି l

You may have missed