June 16, 2026

ଜମି ଯୋଗାଇ ଦେବା ପାଇଁ ବ୍ଲକ କୁମ୍ଭାର ସମାଜ ତହସିଲଦାରଙ୍କୁ ଦାବୀପତ୍ର 

IMG-20250617-WA0019
Share

 

ସୁରେନ୍ଦ୍ର କଠାର ,ବରଗଡ

 

ଅତାବିରା ବ୍ଲକ କୁମ୍ଭାର ସମାଜର ଭାଇମାନେ ଗୋଡଭଗାରେ କୁଟିରଶିଳ୍ପ ତାଳିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜମି ଯୋଗାଇଦେବାକୁ ଅତାବିରା ତହସିଲଦାର କେ ରିଚି କୁମାରକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି |ଦାବୀପତ୍ର ଦେବା ସମୟରେ ବରଗଡ଼ ଜିଲ୍ଲା କୁମ୍ଭାର ସମାଜ ମହାସଙ୍ଘ ବରଗଡ ର ସମ୍ପାଦକ ଶ୍ରୀଯୁକ୍ତ କେତନ ରଣା, ଅତାବିରା ବ୍ଲକ କୁମ୍ଭାର ମହାସଂଘ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ରଣା, ଆଞ୍ଚଳିକ କୁମ୍ଭାର ସମାଜ କମିଟୀ ଗୋଡଭଗା ର ସଭାପତି କୃଷ୍ଣ ଚନ୍ଦ୍ର ରଣା ଓ ସମ୍ପାଦକ ମୁକୁନ୍ଦ ରଣା ଗୋଡଭଗା ଗ୍ରାମ୍ଯ କମିଟୀ ର ବରିଷ୍ଠ କର୍ମକର୍ତ୍ତା ବେଣୁଧର ଷଣ୍ଢ ଙ୍କ ସହିତ କୁମ୍ଭାର ଭାଇମାନେ ଉପସ୍ଥିତ ଥିଲେ |