ନିଯୁକ୍ତିକୁ ହଁ, ଦୁର୍ନୀତିକୁ ନା’: ଦୁର୍ନୀତିଖୋର୍ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ..

ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଆଇଏଏସ ଧୀମାନ ଚକମା ପଡିବା ପରେ ସରକାରୀ ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ରୋକଠୋକ ଶୁଣାଇଛନ୍ତି ମୋହନ ।
୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ବର୍ଷକ ଭିତରେ ୨୮ ହଜାର ନିଯୁକ୍ତିରେ ମୋହର ମାରି ସାରିଲେଣି । ଦୁର୍ନୀତିମୁକ୍ତ ଓଡ଼ିଶା ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ମୋହନ ସରକାର । ଯାହାକୁ ପୂରା କରିବ ସରକାରଙ୍କ ନୂଆ ୱାର୍କ ପାସବୁକ୍ ବ୍ୟବସ୍ଥା ।
ନିଯୁକ୍ତିକୁ ହଁ, ଦୁର୍ନୀତିକୁ ନା’
ଦୁର୍ନୀତିଖୋର୍ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ
ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଆଇଏଏସ ଧୀମାନ ଚକମା ପଡିବା ପରେ ସରକାରୀ ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ରୋକଠୋକ ଶୁଣାଇଛନ୍ତି ମୋହନ । ଦୁର୍ନୀତିମୁକ୍ତ ବ୍ୟବସ୍ଥା ପାଇଁ ନୂଆ ଷ୍ଟ୍ରାଟେଜି ଆପଣାଇବାକୁ ମନସ୍ଥିର କରିଛନ୍ତି ସରକାର । ଦୁର୍ନୀତିରେ ବ୍ରେକ୍ ଦେବାକୁ ଆସିବ ୱାର୍କ୍ ପାସବୁକ୍ ବ୍ୟବସ୍ଥା ।
ୱାର୍କ ପାସବୁକ୍ରେ ପ୍ରକଳ୍ପର ସବୁ ତଥ୍ୟ ରହିବ
ବ୍ୟୟ ଅଟକଳ, ଖର୍ଚ୍ଚ ତଥ୍ୟ ଉପଲବ୍ଧ ରହିବ
ଖର୍ଚ୍ଚ ଟଙ୍କା ଅନୁଯାୟୀ ପ୍ରକଳ୍ପର ଅଗ୍ରଗତି ସ୍ପଷ୍ଟ ହେବ
ୱାର୍କ ପାସବୁକରୁ ଦୁର୍ନୀତି ଖିଅ ଧରାପଡ଼ିବ
ଏସବୁ ଭିତରେ ରାଜ୍ୟ ସରକାରଙ୍କ ଦଶମ ନିଯୁକ୍ତି ମେଳାରେ ୯୬୪ ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି । ନବନିଯୁକ୍ତଙ୍କୁ ଦୁର୍ନୀତି ଠାରୁ ଦୂରେଇ ରହିବାକୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାକିରି ଆରମ୍ଭ ହେଉ କି ଚାକିରିର ଶେଷ ଦିନ, ଦୁର୍ନୀତିର ଅଭିଯୋଗ ଆସିଲେ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି ମୋହନ । ଏହାସହ ପୂର୍ବ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଯୁବବର୍ଗଙ୍କ ନିଯୁକ୍ତିରେ ପୂର୍ବ ସରକାର ବାଧା ସୃଷ୍ଟି କରୁଥିଲେ ବୋଲି କହିଛନ୍ତି ।
ବର୍ଷେ ଭିତରେ ୨୮ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଓ ୪୫ ହଜାର ବେସରକାରୀ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୨୦୨୬ ଜୁନ୍ ସୁଦ୍ଧା ସରକାରୀ ନିଯୁକ୍ତି ୬୫ ହଜାର ଟପିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ।