June 17, 2025

ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ୧୦ଲକ୍ଷ ଟଙ୍କା ଠକେଇ : ଜେଲ୍ ଗଲେ ଅଭିଯୁକ୍ତ

IMG-20250616-WA0010
Share

 

 

ବଲାଙ୍ଗିର

ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ

ପଞ୍ଚାୟତ ପାତଳପଡ଼ା ଗ୍ରାମର ଜଣେ

ମହିଳା ସ୍ଵାସ୍ଥ୍ୟକର୍ମୀଙ୍କୁ ୧୦ଲକ୍ଷ ଟଙ୍କା

ଠକେଇ ଅଭିଯୋଗରେ ନିଜକୁ ଜଣେ

ଏଲ ଆଇସି ଏଜେଣ୍ଟ ପରି ଚୟ

ଦେଉଥ‌ିବ। ଯୁବକ ଜେଲ୍

ଯାଇଥିବା ଜଣାପଡିଛି। ସେ ହେଲେ

ବରଗଡ଼ ସଦର ଥାନା ବାନ୍ଦୁଟିକ୍ରା

ଗ୍ରାମର ହେମରାଜ ବୁଡେକ(୩୮)।

ପାତଳପଡ଼ା ଗ୍ରାମର ଗୋପାଳ ସିଂ

ଭୋଇଙ୍କ ପତ୍ନୀ କୁନ୍ତଳା ମାଝୀ

ମାଲିଶିରାରେ ମହିଳା ସ୍ଵାସ୍ଥ୍ୟକର୍ମୀ

ଭାବେ କାର୍ଯ୍ୟ କରନ୍ତି। ପରିବାରର

ସ୍ୱାସ୍ଥ୍ୟ ସମସ୍ୟା ଥ‌ିବାରୁ ଅଧିକ ଟଙ୍କା

ଦରକାର ହେବାରୁ ନିଜକୁ ଜଣେ

ଏଲଆଇସି ଏଜେଣ୍ଟ କହୁଥ‌ିବା

ହେମରାଜଙ୍କ ସହ ତାଙ୍କ ପରିଚୟ

ହୋଇଥିଲା। ସେ ଏଲଆଇସିରୁ

ଗୃହରଣ ପ୍ରତିଶୃତି ଦେଇ ବିଭିନ୍ନ

କାଗଜପତ୍ରରେ ଦସ୍ତଖତ ସହ ୭ଟି

ଖାଲି ଚେକରେ ମଧ୍ୟ ଦସ୍ତଖତ

ନେଇଥିଲା। ମୋଟ ୨୦ଲକ୍ଷ ଟଙ୍କା

ଋଣ ମଞ୍ଜୁର ହେବା ପରେ ସେ ଖାଲି

ଚେକରେ ନେଇଥ‌ିବା ଦସ୍ତଖତରେ

ସେଲ୍ଫ ଲେଖି ଦୁଇଟି ପର୍ଯ୍ୟାୟରେ

୦୯ଲକ୍ଷ ଓ ୦୧ଲକ୍ଷ ଟଙ୍କା ସହ

ମୋଟ ୧୦ଲକ୍ଷ ଟଙ୍କା ବ୍ୟାଙ୍କରୁ

ହଡ଼ପ କରିନେଇଥିଲା। ତାଙ୍କ ପୁଅର

ଉଚ୍ଚତର ଚିକିତ୍ସା ପାଇଁ ମୋଟ

୩୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆବଶ୍ୟକ

ଥିବାରୁ ଯେତେ ମାଗିଲେ ମଧ୍ୟ

ହେମରାଜ ଟଙ୍କା ନ ଦେବାରୁ ମହିଳା

ସ୍ଵାସ୍ଥ୍ୟକର୍ମୀ ଶେଷରେ ଥାନାରେ

ଲିଖିତ ଅଭିଯୋଗ କରିଥିଲେ।

କୁନ୍ତଳାଙ୍କ ଏତଲା ଆଧାରରେ ପୁଲିସ

କେଶ ନ ୧୨୪/୨୫ରେ ମାମଲା

ରୁଜୁ କରି ଥାନା ଏସଆଇ ଦନାର୍ଦ୍ଦନ

ଓରାମ ହେମରାଜଙ୍କୁ ଆଣି ଅଟକ

ରଖି ପଚରାଉଚରା କରିଥିଲେ।

ପୁଅର ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ

ପ୍ରତିବନ୍ଧକ ସାଜିବାରୁ ଏବେ ବାପାମା

ଚିନ୍ତାରେ ପଡିଯାଇଛନ୍ତି। ଅଧୂକ

ତଦନ୍ତ ପରେ ଅଟକ ହେମରାଜଙ୍କୁ

ଗିରଫ କରି କୋର୍ଟ ଚାଲାଣ

କରା ଯାଇଥିବା ବେଳେ ଜାମିନ

ଆବେଦନ ଖାରଜ ହେବାରୁ ତାଙ୍କୁ

ଜେଲ ହାଜତକୁ ପଠାଇ ଦିଆ ଯାଇଛି

ବୋଲି ଥାନା ଆଇଆଇସି ସିପୋରା

ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।