April 29, 2026

ଉମରକୋଟ ବ୍ଲକ ଅଧିନସ୍ଥ ବେହେଡା ଗ୍ରାମ ପଞ୍ଚାୟତର ସଦର ବେହେଡା ଗ୍ରାମରେ ମହାଧୁମଧାମରେ ପହିଲି ରଜ ପର୍ବ ପାଳିତ..

IMG-20250616-WA0007
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଓଡ଼ିଶାର ଏକ ପାରମ୍ପାରିକ ପର୍ବ ହେଉଛି ରଜ ପର୍ବ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ପୃଥିବୀ ରଜସୁଲା ହୋଇ ନୂଆ ଶସ୍ୟ ଜନ୍ମ ଦେବାର ସାଙ୍କେତିକ ଭାବ ଵହନ କରେ। ଏହା ତିନି ଦିନ ଧରି ପାଳନ କରନ୍ତି ଏବଂ ଏହି ତିନି ଦିନ ଚାଷୀକୁଳ ବସୁମତୀ ତଥା ହଲ ଲଙ୍ଗଳ ପୂଜନ କରିବା ସହ କାମରୁ ତିନି ଦିନ ବିରତି ନିଅନ୍ତି। ରଜର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବ ଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ପୂଜନ ଏବଂ ଚତୁର୍ଥ ଦିବସ ଅନ୍ତିମ ହେଉଛି ବସୁମତି ସ୍ନାନ। ଏହାହିଁ ଚାଷର ଆରମ୍ଭକୁ ସୂଚାଇଥାଏ। ରଜରେ ପୋଡ଼ ପିଠା, ଖିରି, ବିଭିନ୍ନ ପ୍ରକାରର ମିଠା ତିଆରି ସହ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି, ନାଚ, ଗୀତ ଓ ବାଦ୍ୟ ଯନ୍ତ୍ରର ଗୀତରେ ଅବଲ ବୃଦ୍ଧା ଗାଁ ସାରା ଝୁମି ଯାଆନ୍ତି। ଏହି ପରି ଏକ ରଜ ପର୍ବ ନିଆରା ଡ଼ଙ୍ଗରେ ପାଳିତ ହେବା ଦେଖିବାକୁ ମିଳିଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ସଦର ବେହେଡା ଠାରେ। ଉକ୍ତ ରଜ ପର୍ବରେ ଶ୍ୟାମବତୀ ଗଣ୍ଡ, ଡାଳିମ୍ବ ପୂଜାରୀ, ପଦମା ଯାନୀ, ଭାଗର୍ତ୍ତୀ ଗଣ୍ଡ,ବିମଳା ଗଣ୍ଡ, ସନ୍ତୋଷୀ ଚୌହାନ,ଈଶ୍ୱରୀ ହରିଜନ, ହୀରା ଗଣ୍ଡ, ନନ୍ଦିନୀ ଗୌଡ଼, ନେତ୍ର ପୂଜାରୀ, ଅମିନା ଭତ୍ରା, ଆମବତୀ ଯାନୀ ଓ ମମତା ଯାନୀ ସହ ବେହେଡା ଗ୍ରାମର ସମସ୍ତେ ହର୍ଷ ଉଲ୍ଲାସରେ ରଜ ପର୍ବଟି ପାଳନ କରିବା ଦେଖିବାକୁ ମିଳିଲା।

You may have missed