May 14, 2026
IMG-20250613-WA0034
Share

 

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ଗ୍ରାମପଞ୍ଚାୟତର ପାଇକରାପୁର ଗ୍ରାମର ପ୍ରଦୀପ କୁମାର ଦଳାଇ ପୋଲିସ ବିଭାଗରେ ପୁରୀ ଠାରେ କାର୍ଯ୍ୟ କରନ୍ତି l ପ୍ରଦୀପ ତାଙ୍କର ବନ୍ଧୁ ପୁରୀଜିଲ୍ଲା ହାବିଲଦାର କନେଷ୍ଟେବଳ ସଙ୍ଘର ପୂର୍ବତନ ସଭାପତି ତଥା ପ୍ରକୃତିପ୍ରେମି ପ୍ରକାଶ କୁମାର ଆଚାର୍ଯ୍ୟଙ୍କ ସହିତ ମିଶି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ସହିତ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୫ହଜାର ରୁ ଉର୍ଦ୍ଧ ଔଷଧୀୟ ବୃକ୍ଷ ସହିତ ବିଭିନ୍ନ ବୃକ୍ଷ ରୋପଣ କରିଛନ୍ତି l ଏଥିସହିତ ପୁରୀ ତାଳବଣିଆ ଠାରେ ଏକ ନର୍ସରୀ କରି ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଚାରା ବଣ୍ଟନ କରି ଆଜି ପୋଲିସ ବାବୁ “ପ୍ରକୃତି ବନ୍ଧୁ ” ସମ୍ମାନ ରେ ସମ୍ମାନିତ ହୋଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ