March 10, 2026

ଉଦଯାପିତ ହେଲା ୮ମ ବାଲିଗୁଆଳି ପ୍ରିମିୟର ଲିଗ ..

Share

ଗତକାଲି ସନ୍ଧ୍ୟାରେ ଜୟ ମହାବୀର କ୍ରିକେଟ ଟିମ ଦ୍ୱାରା ଆୟୋଜିତ ୮ମ ବାଲିଗୁଆଳି ପ୍ରିମିୟର ଲିଗ ମହାଡ଼ମ୍ବରରେ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ସମାଜସେବୀ ପୁଷ୍ପାଞ୍ଜଳି ରଣା,ସ୍ଥାନୀୟ ସରପଞ୍ଚ ସିଲୁ ସେନାପତି, ବେଲଦଳ ସରପଞ୍ଚ ବିପିନ ଦାଶ, ପୁରୀଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାସଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ଫାଇନାଲ ମ୍ୟାଚ ରେ ଉତ୍ତୀର୍ଣ୍ଣ ଟିମ ମା ଦକ୍ଷିଣକାଳୀ କନଷ୍ଟ୍ରକସନ କୁ ପୁରସ୍କୃତ କରିବା ସହିତ ରନର୍ସଅପ ଟିମ ଗୋପାଳ ଜୀଉ ସୁପର xi କୁ ପୁରସ୍କୃତ କରାଯାଇଥିଲା l ଏହି ଉଦଯାପନୀ ଉତ୍ସବଜୁ ଅନୁଷ୍ଠାନ ର ସଭାପତି ମାନସ ବରାଳ, ସମ୍ପାଦକ ରଞ୍ଜନ କୁମାର ଜେନାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଶୃଙ୍ଖଳାର ସହିତ ସମ୍ପାଦନ କରିବାରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ