ଭୟଂକର ବିମାନ ଦୁର୍ଘଟଣା

ଅହମଦାବାଦ ( ଦେବାଶିଷ ଦାଶ )
ଅତ୍ୟନ୍ତ ଦୁଖଦାୟକ ତଥା ହୃଦୟ ବିଦାରକ ଘଟଣା ,
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ଏକ ଯାତ୍ରୀବାହୀ ବିମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ପ୍ରାୟ ଅପରାହ୍ନ ୧.୩୮ ରେ ଉଡ଼ାଣ ଭରିଥିଲା ଏବଂ ମାତ୍ର ୨ ମିନିଟ୍ ମଧ୍ୟରେ ଅପରାହ୍ନ ୧.୪୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲ| ବିମାନରେ ୧୬୯ ଭାରତୀୟ ନାଗରିକ ଥିଲେ| ଦୁର୍ଘଟଣାଗ୍ରସ୍ତ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା ସୂଚନା ମିଳିଛି । ତାଙ୍କ ଅବସ୍ଥା ନେଇ କୌଣସି ସ୍ପଷ୍ଟ ସୂଚନା
ମିଳି ନାହିଁ ।
