ଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୁର୍ଣିମା ନୀତି ସଂପନ୍ନ

IMG-20250612-WA0040
Share

 

ଅନୁଗୁଳ: ୧୨ ଜୁନ୍ ୨୦୨୫: ଜିନ୍ଦଲ ନଗର ପରିସରରେ ଥିବା ଦେବ ଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଯାଇଛି । ଏହି ଅବସରରେ ମନ୍ଦିରର ଆଦ୍ୟ ସେବକ ତଥା କୁରୁକ୍ଷେତ୍ରର ସାଂସଦ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଆଦ୍ୟ ସେବିକା ତଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଯୋଗ ଦେଇ ବୈଦିକ ରୀତିରେ ସମ୍ପୂର୍ଣ୍ଣ ନିତିକାନ୍ତି ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବ ସ୍ନାନ କରାଇଥିଲେ ।ପୁରୀ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁସାରେ ଦେବଭୂମିରେ ମଧ୍ୟ ବଡି ଭୋରରେ ଦ୍ଵାର ଫିଟା, ମଙ୍ଗଳ ଆରତୀ,ଶ୍ରୀ କର୍ପୁରଲାଗି,ମଙ୍ଗଳାର୍ପଣ ନୀତି,ପୁଷ୍ପାଞ୍ଜଳି,ସର୍ବାଙ୍ଗ ଆଦି ପରେ ଦିଅଁ ମାନଙ୍କୁ ଧାଡି ପହଣ୍ଡିରେ ଶ୍ରୀ ମନ୍ଦିରରୁ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା। ମୁଖ୍ୟ ପୂଜକଙ୍କ ନିର୍ଦ୍ଦେଶନ ଅନୁସାରେ ସମସ୍ତ ପୂଜା ନିତିକାନ୍ତିର ସହ ପାଳିତ ହୋଇଥିଲା।ଏହି ସମାରୋହରେ ଯୋଗଦେଇ ଶ୍ରୀ ନବୀନ ଜିନ୍ଦଲ ପ୍ରକାଶ କରିଥିଲେକି “ମୁଁ ଓଡିଶାର ଅନୁଗୁଳ ପ୍ଲାଣ୍ଟ ପରିସରରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ସମାରୋହରେ ଯୋଗ ଦେଇ ନିଜକୁ ଭାଗ୍ୟବାନ ମନେ କରୁଛି। ଏହି ପରି ଉତ୍ସବ ଭାରତର ମହାନ୍ ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଆମ ସମସ୍ତଙ୍କୁ ସୁସ୍ଥ ଓ ସୁଖୀ ରଖନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।“ସ୍ନାନ ଯାତ୍ରାର ନିତୀ କାନ୍ତି ପରେ ସନ୍ଧ୍ୟାରେ ଅଣସର ପହଣ୍ଡି କାର୍ଯ୍ୟକ୍ରମ ସହ ଦିଅଁ ମାନେ ଅଣସର ଗୃହକୁ ପ୍ରବେଶ କରିଥିଲେ। ପୁରାଣ ଅନୁସାରେ ସ୍ନାନ ଦ୍ଵାରା ଦିଅଁ ମାନଙ୍କୁ ଜ୍ଵର ହୋଇଥାଏ ଏବଂ ସେମାନେ ଆସନ୍ତା ୧୪ ଦିନଧରି ଅଣସର ଘରେ ବିଶ୍ରାମ ନେଇଥାନ୍ତି ।ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦେବଭୂମିରେ ରଥଯାତ୍ରା ଦେଖିବା ପାଇଁ ଜିନ୍ଦଲ ନଗର ବାସିନ୍ଦା ଏବଂ ଆଖପାଖ ଗ୍ରାମର ଅଧିବାସୀ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ