କୋଟପାଡ଼ ବ୍ଲକର ସମିତି ସଭ୍ୟ ସଭ୍ୟା ଙ୍କ ମାସିକ ବୈଠକ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତର୍ଲା ପଞ୍ଚାୟତ ଅନ୍ତର୍ଗତ ଡୁମାଯୋଡି ଗ୍ରାମ ଗୁଲମୀ ଠାରେ ସମିତି ସଭ୍ୟସଭ୍ୟା ଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବାଗ ସିଂଙ୍କୁ ବୋରିଗୁମ୍ମା ବଦଳି ଡିସେମ୍ବର ମାସ ରୁ ହୋଇଛି ତାଙ୍କୁ ରିଲିଭ ନ କରିବା ର ରହସ୍ୟ କଣ.ବାଗସିଂହ ଙ୍କ ନାମ ରେ ଚାରି ଚାରି ଥର ଥାନା ରେ ଏତଲା ହୋଇ ବୁଝା ମଣା କରି ଚପାଇ ଦିଆ ଯାଇଛି. କେତେବେଳେ କାର୍ଯ୍ୟାଳୟ ରେ ରହନ୍ତି ନାହିଁ. ନାମ କୁ ମାତ୍ର ବ୍ଲକ ପରିସର ରେ ଘର ନେଇଛନ୍ତି. କାହାର ଫୋନ ଉଠାନ୍ତି ନାହିଁ. ନଭେମ୍ବର ମାସ ପଚିଶ ତାରିଖ ଅଫିସ ଅର୍ଡ଼ର ରେ ସେ କୌଣସି ଦାଇତ୍ୱ ରେ ନ ଥିବା ଦର୍ଶାଯାଇଛି ହେଲେ କାହିଁକି କୋଟପାଡ଼ ବ୍ଲକ ର ସେ ରହି ବିଭିନ୍ନ ଜନ ପ୍ରତି ନିଧି ଠିକା ଦାର ଙ୍କୁ ବିଭିନ୍ନ ସମୟ ରେ ଦୁର୍ବ୍ୟବହାର କରି ଥିବା ଆମ ପାଖରେ ଅଭିଯୋଗ ହେଉଛି.ଜୟପୁରରେ ରହୁଥିବା ଷୋଡରଙ୍ଗା. ସୁନାର ବେଲି ନୂଆଗାଁ. ଚିତ୍ରା ଓ ଘୁମର ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ଦାସ ନିୟମିତ ଭାବରେ ଅଞ୍ଚଳକୁ କିମ୍ବା ବ୍ଲକ କାର୍ଯାୟଳୟ କୁ ଆସୁ ନାହାନ୍ତି କେବଳ ଫୋଟ ରେ ଚାଲିଛି ନିମ୍ନ ମାନର କାମ ତାଙ୍କ ହସ୍ତାକ୍ଷର ତଦନ୍ତ କଲେ ନିଜେ ବିଲ କରୁଛନ୍ତି କି ଆଉ କାହା ହାତରେ କରାଉ ଛନ୍ତି ତାହା ସ୍ପଷ୍ଟ ହେବ ବୋଲି ଆଲୋଚନା ହୋଇଥିବାର ଗଣ ମାଧ୍ୟମ କୁ ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତ ରେ ଜଣେ ପ୍ରତିନିଧି ସୂଚନା ପ୍ରଦାନ କରିଥିବା ଜଣା ଯାଇଛି.ଚାନ୍ଦିଲି. ଗିର୍ଲା ଏବଂ ସୁତି ପଦର ପଞ୍ଚାୟତ ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ବ୍ଲକ ପରିସର ରେ ରହି ଅଞ୍ଚଳ ଗସ୍ତ କରିବା ସହ ବିଲପତ୍ର କରୁ ଛନ୍ତି ତାଙ୍କୁ ବଦଳି କରା ଯାଇଛି. କେତକ ହାତ ଗଣ ତି ଠିକା ଦାର ଙ୍କୁ ନେଇ ବ୍ଲକ ରେ କାମ ହେଉଛି ଏକାଧିକ ସ୍ଥାନୀୟ ଠିକା ଦାର ଙ୍କୁ ଦୁର୍ବ୍ୟବହାର ସହ ହାରାଶ ହବାକୁ ପଡୁଛି.ଜିପିଡିପି ଫଣ୍ଡ ରେ ଅନୀୟ ମିତତା. ଟି ଏସ କରିବା କୁ ଟଙ୍କା ଦେବାକୁ ହେଉଛି. ସମିତି ସଭ୍ୟ ସଭ୍ୟା ଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ଚୋୖକି ର ବ୍ୟବସ୍ଥା ବ୍ଲକ କାର୍ଯ୍ୟା ଳୟ ପରିସର ରେ ଶୌଚାଳୟ କୁ କାର୍ଯ୍ୟକ୍ଷମ କରିବା ଭଳି ବହୁ ଅନିୟମିତତା ପଞ୍ଚାୟତ ସମିତି କାର୍ଯ୍ୟା ଳୟ ରେ ଲାଗି ରହିଛି ବୋଲି ବୈଠକ ରେ ଆଲୋଚନା ହୋଇଥିବାର ଜଣା ଯାଇଛି.ଆଗାମୀ ଦିନ ରେ ଏ ସବୁର ସମସ୍ୟା ସମାଧାନ ନ ହେଲେ ଜନ ଆନ୍ଦୋଳନ ହେବା ର ସମ୍ଭାବନା କୁ ଏଡାଇ ଦିଆ ଯାଇ ପାରିବ ନାହିଁ ବୋଲି ଜନ ପ୍ରତିନିଧି ମାନେ ଗଣ ମାଧ୍ୟମକୁ ସୂଚନା ଦେଇ ଥିବାର ଜଣାଯାଇଛି. ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ସାହୁ. ଶୁକ ଦେବ ବିଡାର. କାଞ୍ଚନ ବାଗ. ମେଲକା ଯାଈଫୁଲ.ଜଗଦୀଶ ଭତରା. ଜେମା ଭତରା. ଶ୍ରୀଦେବୀ ରାଓ. ବାବୁଲି ପାଣିଗ୍ରାହୀ. ଗୁରୁନାଥ ହରିଜନ. ନମିତା ଦିଆନ,ନିର୍ମଳା ଭତରା. ଡ଼ମ୍ବରୁ ସମରଥ,ପଦ୍ମା ନାୟକ,ମମତା ଗମ୍ଭାରୀ ଙ୍କ ସମେତ ସମସ୍ତ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର