କର୍ପୋରେଟ୍ଙ୍କ ମୁନାଫା ପାଇଁ ଋଷିକୂଲ୍ୟାକୁ ମାରି ଦିଆନଯାଉ :ମେଧା ପାଟେକ

ବ୍ରହ୍ମପୁର,7/6 : ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ଧାରା। ବର୍ତମାନ ସରକାର ଙ୍କ ଚକ୍ରାନ୍ତ ଯୋଗୁ ପିପଳପଙ୍କା ରେ ବନ୍ଧ ବାନ୍ଧି କମ୍ପାନୀ ଙ୍କୁ ପାଣି ଦିଆଯିବାର ଯେଉଁ କମ୍ପାନୀସ୍ଵାର୍ଥ କାର୍ଯ୍ୟ ଚାଲିଛି, ତାହାର ପ୍ରତିବାଦ କରିବାକୁ ଜିଲ୍ଲାବାସୀ ଆଗଭର ହେବା ଉଚିତ ବୋଲି ଭାରତ ର ବିଶିଷ୍ଟ ପରିବେଶବିତ୍ ମେଧା ପାଟେକାର ବ୍ରହ୍ମପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଆହ୍ୱାନ ଦେଇଛନ୍ତି।
ଋଷିକୁଲ୍ୟା ବଞ୍ଚାଓ କ୍ରିୟାନୁଷ୍ଠନ କମିଟି ଓ ସେଣ୍ଟର ଫର କ୍ଳାଇମେଟ ଜଷ୍ଟିସ ର ମିଳିତ ଆନୁକୂଲ୍ୟରେ ପ୍ରାକୃତିକ ସମ୍ପଦ ର ସୁରକ୍ଷା ଓ ସମ୍ବିଧାନ ଶୀର୍ଷକ ସମ୍ପାନ ରେ ଯୋଗ ଦେଇ ମେଧା ଜୀ ପୃଥିବୀ ଓ ଭାରତ ରେ ବିଭିନ୍ନ ନଦୀ ଉପରେ ହୋଇଥିବା ବନ୍ଧ କିପରି ଆତ୍ମଘାତି ସାବ୍ୟସ୍ତ ହୋଇଛି, ନଦୀବନ୍ଧ କିପରି ଜୀବିକା, ସଭ୍ୟତା ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଚି, ତାହାର ବିଭିନ୍ନ ଉଦାହରଣ ଦେଇଥିଲେ। ଋଷିକୁଲ୍ୟା କୂ ବଞ୍ଚାଇବାକୁ ଏବେଠାରୁ ଆନ୍ଦୋଳନ ଜରିଆରେ, ଗାଁ ଗାଁ ରେ ସଭା ସମିତି ମାଧ୍ୟମ ରେ ଜନଜାଗରଣ କରିବାର ସମୟ ଉପନୀତ ବୋଲି।କହିଥିଲେ। ନର୍ମଦା ବଞ୍ଚାଓ ଆନ୍ଦୋଳନ ର ଦୀର୍ଘ ଚାରି ଦଶନ୍ଧି ର ସଂଘର୍ଷ ର ଇତିହାସ କୂ ସ୍ମୃତିଚାରଣ କରିଥିଲେ। ଋଷିକୁଲ୍ୟା ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି ଯ ଆବାହକ ସୁଧୀର ରାଉତ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସମ୍ପନ କୂ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ଵର ସାହୁ ସଂଯୋଜନା କରିଥିଲେ। ବିଶିଷ୍ଟ ପରିବେଶବିତ୍? ପ୍ରଫୁଲ୍ଲ ସାମନ୍ତରା ନିଜ ଉଦବୋଧନ ରେ ନଦୀ ର ସୁରକ୍ଷା ଲାଗି କିପରି କାର୍ଯ୍ୟକ୍ରମ ସଂଘଠିତ କରାଯାଇ ଜିଲ୍ଲା ପ୍ରଶାସନ ର ଦୃଷ୍ଟିଣାକର୍ଷଣ।କରାଯିବା ସା ଜଳ, ଜଙ୍ଗଲ ଓ ଜମି ର ସୁରକ୍ଷା ନେଇ ଦେଶତମାମ ସଫଳ ଆନ୍ଦୋଳନ ରେ ଲୋକଙ୍କ ସାମିଲ ହେବା ଗୁରୁତ୍ଵପୂର୍ଣ ବୋଲି କହିଥିଲେ। ଅନ୍ୟତମ ଆବାହକ ତଥା ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ ପିପଳପଙ୍କା ଅଂଚଳ ରେ 23ଟି ଗ୍ରାମ ଯେଭଳି ଉଦବାସ୍ତୁ ହେବାକୁ ଯାଉଛନ୍ତି, ଡ୍ୟାମ ହେଲେ କିପରି ନଦୀକୂଳ ରେ ରହିମ୍ମଧ୍ୟ ଏକ ଅନାହୁତ ଆଶଙ୍କା କୂ ସାମ୍ନା କରିବାକୁ ଯାଉଛନ୍ତି, ସେ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ଡ଼ ବିଧୁପ୍ରଭା ରଥ ମହିଳା ମାନଙ୍କ ସାମିଲ ହେଲେ ଆନ୍ଦୋଳନ ର ସଫଳ ରୂପାୟନ ହେବା ନେଇ ଆଶାବ୍ୟକ୍ତ କରିଥିଲେ।
ଏହି ଅବସରରେ ବ୍ରହ୍ମପୁର ସହର ର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଙ୍କ ତରଫରୁ ମେଧା ପାଟେକର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ସମ୍ୱାଦପତ୍ର ‘ନବୀନ’ର ପ୍ରକାଶିକା ମଞ୍ଜୁ ରଥ, ସମ୍ପାଦକ ରବି ରଥ, ଅବସରପ୍ରାପ୍ତ କର୍ମଚାରୀ ଶିକ୍ଷକ ମହାସଂଘ ତରଫରୁ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଜୟ ବେହେରା, ଆମ ଆଦମି ଦଳ ର ଆଦିତ୍ୟ ରଥ, ଫୋରମ ଫର ଗଞ୍ଜାମ ର ସ୍ଵରାଜ୍ୟ ସୁବୁଦ୍ଧି, ଜେ, ସୁରେଶ, ରାଜେନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲ୍ଲା ଶିକ୍ଷକ ମହାସଂଘ ର ଅଶୋକ ଦଳାଇ, ନବୀନ ପତ୍ରିକା ର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଉତ୍ତରୀୟ ପ୍ରଦାନ କରିଥିଲେ। ଆବାହକ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।