June 8, 2025

ସିବୁନ କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ କହିଲେ ଜିଲ୍ଲାପାଳ । ସମ୍ଭର୍ଦ୍ଧିତ କଲେ ଗଞ୍ଜାମ ଜ଼ିଲ୍ଲାପାଳ 

Share

 

ଛତ୍ରପୁର.ତା.୦୬/୦୬/୨୫(ଅରୁଣ କୁମାର ପଣ୍ଡା)ଗଞ୍ଜାମ ଜ଼ିଲ୍ଲା ବ୍ରହ୍ମପୁର ଗେଟ ବଜାରର ଶିବୁନ ନନ୍ଦ ପୁଣି ଥରେ ଗର୍ବ ଆଣିଛନ୍ତି । ସେ ଦ୍ବିତୀୟ ଥର ପାଇଁ ଭାରତୀୟ ମୂକବଧିର କ୍ରିକେଟ ଦଳରେ ସାମିଲ ହୋଇ ସଫଳତା ପାଇଛନ୍ତି । ସେ ମେ ମାସ ୨୩ ରୁ 29 ତାରିଖ ପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ୍‌ ର ଟ୍ରିନିଡାଡ଼ ଓ ଟୋବାଗୋ ରେ ହୋଇଥିବା ଆନ୍ତର୍ଜାତୀୟ ମୁକବଧିର କ୍ରିକେଟ ମ୍ୟାଚରେ ଖେଳିଥିଲେ । ସେଠାରେ ଶିବୁନ ତିନୋଟି ଟେଷ୍ଟ ମ୍ୟାଚ ଓ ତିନୋଟି ଟି-୨୦ ମ୍ୟାଚ୍ ଛତ୍ରପୁର ଠାରେ ଗଞ୍ଜାମ ଜ଼ିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତାଙ୍କୁ ସମ୍ଭର୍ଦ୍ଧିତ କରିଥିଲେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଓ ସୁବିଧା ପ୍ରଶାସନ କରିବ ବୋଲି ଜ଼ିଲ୍ଲାପାଳ କହିଥିଲେ ଶିବୁନ କଥା କହିପାରୁନଥିଲେ ମଧ୍ୟ କ୍ରିକେଟକୁ ନେଇ ତାଙ୍କର ଏଭଳି ଗୋଟିଏ ପରେ ଗୋଟିଏ ସଫଳତାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଗତ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ମୂକବଧୂର ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଖେଳି ଭଲ ରନ ସଂଗ୍ରହ କରିଥିଲେ । ଯାହାଫଳରେ ବର୍ତ୍ତମାନ ପୁଣି ଥରେ ସେ ଭାରତୀୟ ମୂକବଧିର କ୍ରିକେଟ ଟିମ୍‌ରେ ସାମିଲ ହୋଇପାରିଥିଲେ । ସେପଟେ ଶିବୁନ ପିଲଟି ଦିନରୁ କଥା କହିପାରୁନଥିବା ଯୋଗୁଁ ପରିବାର ଲୋକେ ବେଶ ଚିନ୍ତାରେ ଥିଲେ । ହେଲେ ପିଲାଟି ଦିନରୁ ହିଁ ଶିବୁନ କ୍ରିକେଟ ପ୍ରତି ବେଶ ଆଗ୍ରହ ଥିଲା । ପାଠପଢାରୁ ସମୟ ବାହାର କରି କ୍ରିକେଟ ଖଳରେ ଲାଗିପଡୁଥିଲେ ଶିବୁନ । ଘର ନିକଟରେ ଥିବା ପଡ଼ିଆରେ ଖେଳୁ ଖେଳୁ ଭଲ ଖେଳ ହେଉଥିବା ନେଇ ଜାଣିବାକୁ ପାଇଥିଲେ ତାଙ୍କ ବାପା । ଏହାପରେ ଶିବୁନର ଖେଳକୁ ଗୁରୁତ୍ବ ଦେଇ ବ୍ରହ୍ମପୁରର ଅମିତ କୁମାର ଦାସ ନାମକ ଜଣେ କ୍ରିକେଟ କୋଚଙ୍କ ନିକଟରେ ଶିବୁନଙ୍କୁ କ୍ରିକେଟ କେଚିଂ ପାଇଁ ଛାଡିଥିଲେ ତାଙ୍କ ବାପା । ସେତେବେଳକୁ ଶିବୁନର ବୟସ ମାତ୍ର ୯ ବର୍ଷ ହୋଇଥିଲା । ଏହାପରେ ଶିବୁନ କ୍ରିକେଟ ଜବତରୁ ଆଉ ପଛକୁ ଫେରିନଥିଲେ । ପ୍ରଥମେ ଶିବୁନ କଟକରେ ହୋଇଥିବା ଅଣ୍ଡର ୧୬ରେ ଚୟନ ହୋଇ ଭଲ ଖେଳିଥିଲେ । ଏହାପରେ ପୁଣି କଟକରେ ହିଁ ଅଣ୍ଡର ୧୯ରେ ଖେଳିଥିଲେ । ୨୦୨୪ରେ କଟକରେ ହୋଇଥିବା କଳାହାଣ୍ଡି କପରେ ଖେଳିଥିଲେ ଶିବୁନ । ସେହିପରି ଭୁବନେଶ୍ବରରେ ହୋଇଥିବା ସର୍ବଭାରତୀୟ ମୂକବଧିର କ୍ରିକେଟ ମ୍ୟାଚରେ ୨ଟି ମ୍ୟାଚରେ ୫ ୱିକେଟ ନେଇଥିଲେ । ରାଉରକେଲାରେ ହୋଇଥିବା ଆନ୍ତଃରାଜ୍ୟ ମୂକବଧିର କ୍ରିକେଟ ମ୍ୟାଚରେ ୩ଟି ମ୍ୟାଚରେ ୬ଟି ୱିକେଟ୍ ନେଇଥିଲେ ଶିବୁନ । ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ପୂର୍ବାଞ୍ଚଳ ମୂକ ବଧିର ମ୍ୟାଚରେ ଶିବୁନ ୪ଟି ମ୍ୟାଚରେ ୧୦ଟି ୱିକେଟ ନେଇ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ ହୋଇପାରିଥିଲେ ଶିବୁନ । ଶିବୁନ ର ଏହି କର୍ଯ୍ୟସୈଳି କୁ ଗଂଜାମ ଜିଲ୍ଲା ପାଳ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସିବୁନ୍ ସମ୍ବର୍ଦ୍ଧିତ ପାଇଥିବାରୁ ପରିବାର ବହୁତ୍ ଖୁସି ଅଛନ୍ତି ଏଥି ସହ ଶିବୁନ୍ ର ମାମୁଁ ତଥା ଯୁବ ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର ଭଣଜା ସିବୁଣ୍ ଙ୍କୁ ସୁଭେଶ୍ଚା ଜଣାଇଛନ୍ତି ।