September 23, 2026

ଶ୍ରୀମତୀ ସୁନିତା ନାୟକ କୁ ପ୍ରକୃତି ମିତ୍ର ୨୦୨୫ ନିମନ୍ତେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ 

IMG-20250605-WA0078
Share

 

ଚଳିତ ବର୍ଷ ପାଇଁ “ପ୍ରକୃତି ମିତ୍ର ୨୦୨୫” ପାଇଁ ସମ୍ମାନ ସକାଶେ କୋଟପାଡ଼ ବ୍ଲକ ପାଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିତ୍ରାଗୁଡା କୁ ଏହା ମିଳିବାର ସୁଯୋଗ ପ୍ରାପ୍ତ ହୋଇଛି l ଆଜି ତା 5.6.25 ରିଖ, ଭୁବନେଶ୍ୱର ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁନିତା କୁମାରୀ ନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ବିଭାଗୀୟ ଜଙ୍ଗଲ, ପରିବେଶ ଓ଼ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ବିଭାଗୀୟ ସଚିବ, ବିଭାଗିୟ ନିର୍ଦ୍ଦେଶକ ମାନଙ୍କ ଉପସ୍ଥିତିରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ ଠାରେ ମାନପତ୍ର ଓ ପ୍ରୋତ୍ସାହନ ରାଶି ଗ୍ରହଣ କରିଛନ୍ତି। ଖବର ପ୍ରସାର ହବା ପରେ ଶିକ୍ଷକ ସଙ୍ଘ, ବଣିକ ସଙ୍ଘ କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ, ଓକିଲ ସଙ୍ଘ, ସମେତ ବନ୍ଧୁ ଓ ପରିବାର ଙ୍କ ତରଫରୁ ଶୁଭେଚ୍ଛା ଜଣେଇ ଥିବାର ଜଣାଯାଇଛି।

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର