June 7, 2025

ଆଲୁମିନିୟମ ମଜଦୂର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

Share

 

 

 

ବଅଁରପାଳ ,୦୪/୦୬ ମଙ୍ଗଳବାର ଦିନ ସନ୍ଧ୍ୟାରେ ବିଶିଷ୍ଟ ଶ୍ରମିକ ନେତା ତଥା ପ୍ରଖର ରାଷ୍ଟ୍ରବାଦୀ ସ୍ବର୍ଗତଃ ସୁବାଷ ଚନ୍ଦ୍ର ସାହୁ ଙ୍କ ସ୍ମୃତିଚାରଣ ନିମନ୍ତେ ଆଲୁମିନିୟମ ମଜ଼ଦୂର ସଂଘ କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଇଯାଇଛି । ସଂଘର ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲିକ ଅଶ୍ରୁଳ ଅଭିବାଦନ ସହିତ ସଭାକୁ ପରିଚାଳନା କରିଥିଲେ । ସୁଭାଷ ସାହୁ ଜଣେ ପରୋପକାରୀ ଓ ଦରଦୀ ମଣିଷ ଥିଲେ । ସେ ସଂଗଠନର କାର୍ଯ୍ୟକର୍ତା ମାନଙ୍କୁ ବହୁତ ଭଲ ପାଉଥିଲେ । ସଭାରେ ବହୁ ମାନ୍ୟଗଣ ବ୍ୟକ୍ତିତ୍ୱ ତଥା ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆମ ଅଞ୍ଚଳ ଜଣେ ସ୍ୱାଧୀନ ଚେତା ଓ ବସ୍ତାବବାଦୀ ଶ୍ରମିକ ନେତା ହରାଇଲା ବୋଲି ତାଙ୍କ ଶୋକ ବାର୍ତା ରେ କହିଥିଲେ । ଭାରତୀୟ ମଜ଼ଦୂର ସଂଘର ଅଖିଳ ଭାରତୀୟ ସଙ୍ଗଠନ ମନ୍ତ୍ରୀ ଶ୍ରୀ ଗଣେଶ ମିଶ୍ର ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ସୁରଭି ସ୍ୱାଇଁ, ଓଡିଶା ରାଜ୍ୟ ସଭାପତି ଶ୍ରୀ ବାଦଲ ମହାରଣା, ରାଜ୍ୟ ଉପ ସାଧାରଣ ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ଗଡ଼ନାୟକ, ରାଜ୍ୟ କୋଷାଧକ୍ଷ ଶ୍ରୀ ସଞ୍ଜୟ କୁମାର ଦେହୁରୀ ଓ ରାଜ୍ୟ ସଙ୍ଗଠାନ ମନ୍ତ୍ରୀ ଶ୍ରୀ ଲକ୍ଷ୍ମଣ ଦାସ, ଅନଗୁଳ ଅଂଚଳର ବିଶିଷ୍ଟ ସମାଜ ସେବି ଶ୍ରୀ ପର୍ଶୁରାମ ଦାସ,ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ ସାହୁ ଓ ସମ୍ପାଦକ ଶ୍ରୀ ଅଜୟ କୁମାର ପାଢ଼ୀ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁବ୍ରମଣ୍ୟମ ନେରାଲା,ମାନବ ସମ୍ବଳ ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିନୟ ଠାକୁର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘଚାଳକ ଶ୍ରୀ ବିଜୟ କୁମାର ସାହୁ, ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀ ଚନ୍ଦ୍ର ଶେଖର ବେହେରା,ନାଲକୋ ଅଫିସର ଆସୋସିଏସନ ର ସଭାପତି ଶ୍ରୀ ବନମାଳୀ ସେଠୀ ଓ ସମ୍ପାଦକ ଶ୍ରୀ ନଳିନୀକାନ୍ତ ପଣ୍ଡା, ବିଜ୍ଞାନ ଭାରତୀ ର ପ୍ରାନ୍ତ ପ୍ରମୁଖ ଶ୍ରୀ ଅରୁଣ ସାହୁ, ନାଲକୋ ବିଦ୍ୟୁତ ମଜ଼ଦୂର ସଂଘର ସଭାପତି ଶ୍ରୀ ପ୍ରକାଶ ସିଂ ଓ ସାଧାରଣ ସମ୍ପାଦକ ଶ୍ରୀ ସୁଜିତ ସେଠ,ବିଜେପି ର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ଯଯାତି ପଟନାୟକ, ନାଲକୋ ଠିକା ମଜଦୁର କୋଅର୍ଡିନେସନ ର କର୍ମକର୍ତା ମଳୟ ପରିଡା ଓ ବାବୁଲି ସେଠି, ବିଜେପି ମିଡ଼ିଆ ସେଲ ଅଧକ୍ଷ ଶ୍ରୀ ପର୍ଶୁରାମ ବାରିକ, ନାଲକୋ ର ପୂର୍ବତ୍ତନ ଶ୍ରମିକ ନେତା ଶ୍ରୀ ରମେଶ ବେହେରା, ଶ୍ରୀ ମାଗିଲାଲ ସାମଲ, ଶ୍ରୀ ପରେଶ ଚନ୍ଦ୍ର ଜେନା, ଶ୍ରୀ ଦିଲ୍ଲୀପ ମିଶ୍ର, ସ୍ବର୍ଗତଃ ସୁବାଷ ଭାଇ ଙ୍କ ଆଦର୍ଶ ତଥା ଗୁରୁ ହେମନ୍ତ ଧର ସାର ପ୍ରମୁଖ ଯୋଗଦାନ କରି ସ୍ବର୍ଗତଃ ଶ୍ରୀ ସାହୁ ଙ୍କ ନାଲକୋ ର ଶ୍ରମିକ ସମାଜ ତଥା ରାଷ୍ଟ୍ର ପାଇଁ ବଳିଦାନ କୁ ଉଲ୍ଲେଖ କରିଥିଲେ । ସଭାର ଏକ ହଜାର ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହେଇଥିଲା ଓ ସମସ୍ତେ ସ୍ୱର୍ଗତଃ ସାହୁ ଙ୍କ ପ୍ରତିଛବି ରେ ପୁଷ୍ପ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ପରିଶେଷରେ ସଂଘ ର ସଭାପତି ଶ୍ରୀ ମୁନା ସାମଲ ଶ୍ରୀ ସାହୁ ଙ୍କ ପ୍ରତିଟି ଲୋକାଭିମୁଖୀ କାର୍ଯ୍ୟକୁ ବର୍ଣ୍ଣନା କରି ସଭାକୁ ସମାପନ ଘୋଷିତ କରିଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆଲୁମିନିୟମ ମଜ଼ଦୂର ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣ ତଥା ଶ୍ରୀ ନେହେରୁ ସାହୁ, ପ୍ରଭାତ ଗଡ଼ନାୟକ, କିଶୋର ଦେହୁରୀ, ସୁଦର୍ଶନ ରାଉତ, ଦୀନବନ୍ଧୁ ଭୁତିଆ, ଖଗେଶ୍ୱର ଭୁତିଆ, ରଣଜିତ ମାଝୀ, କେଦାର ସାହୁ, ଶିବରାମ ସେଠୀ, ତ୍ରିପତି ସେନାପତି, ମହେନ୍ଦ୍ର ବେହେରା, ଅଜୟ ସାହୁ, ସନ୍ତୋଷ ସାହୁ ସମେତ ଶତାଧିକ କର୍ମକର୍ତ୍ତା ସହଯୋଗ କରିଥିଲେ ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ରିପୋର୍ଟ