June 7, 2025

ମୌସୁମୀ ଖେଳୁଛି ଲୁଚକାଳି , ଗରମଠୁ ବଳିଯାଉଛି ଗୁଳୁଗୁଳି 

Share

ବୁଗୁଡା : ତା ୦୪/୦୬/୨୫ : ଜୁନ୍ ମାସ ଆରମ୍ଭ ଗଲାଣି , ମୌସୁମୀର ଦେଖା ନାହିଁ , ତାପମାତ୍ରା କମିବାର ନାଁ ଧରୁନି । ବୁଗୁଡା ଅଞ୍ଚଳରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ଦଶଟା ବେଳକୁ ପ୍ରଚଣ୍ଡ ଖରା ହେଉଛି । ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ଯ ହୋଇପଡୁଛି । କେଉଁ କେଉଁ ଦିନ ପାଗ ମେଘୁଆ ରହୁଥିଲେ ସୁଦ୍ଧା ଗୁଳୁଗୁଳିରୁ ନିସ୍ତାର ମିଳୁନି । ତାତିରୁ ତ୍ରାହି ପାଇବା ପାଇଁ ଲୋକେ ଚାତକ ଭଳି ବର୍ଷାକୁ ଚାହିଁ ବସିଥିବା ବେଳେ ମେଘ ପବନ ଆସୁଛି କିନ୍ତୁ ବର୍ଷା ହେଉନାହିଁ । ଅନ୍ଯପକ୍ଷରେ ମେଘ ପବନ ଆଳରେ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଗୁଳୁଗୁଳି ଓ ଗରମରେ ଛଟପଟ ହେବା ହିଁ ସାର ହେଉଛି । ମୌସୁମୀର ଆଗମନ ନିକଟତର ହେଲାଣି ବୋଲି ପାଣିପାଗ ବିଭାଗର ସୂଚନା ରହିଥିଲେ ସୁଦ୍ଧା ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଗରମ ଓ ଗୁଳୁଗୁଳିରେ ବୁଗୁଡା ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ।