April 25, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ରାଜ୍ଯ ସରକାରଙ୍କ ଦ୍ବାରା ଉମରକୋଟ ଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର……….

IMG-20250603-WA0002
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ଏ.ଜୀ.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ଚନ୍ଦ୍ର ବର୍ମନ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପାଣିରେ ବୁଡ଼ି କୌଣସି ପ୍ରାଣହାନୀ ଜନିତ ଦୁର୍ଘଟଣା କୁ ଏଡାଇବା ନିମନ୍ତେ ରାଜ୍ୟ ସରକାରଙ୍କର ଏହି ଅଭିନବ ପ୍ରୟାସ ନିଶ୍ଚିତ ଭାବରେ ଯୁବପିଢ଼ି ମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ | ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ପର୍ଯ୍ୟାୟରେ ତା ୨.୬.୨୫ ଠାରୁ ୭.୬.୨୫ ପର୍ଯ୍ୟନ୍ତ ତିରିଶ ଜଣିଆ ଅଂଶଗ୍ରହଣକାରୀ ଙ୍କୁ ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହିଭଳି ୧୦ ଗୋଟି ଦଳରେ ମୋଟ ୩୦୦ ଅଂଶଗ୍ରହଣକାରୀ ଙ୍କୁ ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବ l ପ୍ରକାଶଥାଉ କି ନବରଙ୍ଗପୁର ଜିଲ୍ଲା ର ଉମରକୋଟ ଠାରେ ପୂର୍ବତନ ଅବସର ପ୍ରାପ୍ତ ନୌସେନା ଅଧିକାରୀ ୩୪ ବର୍ଷୀୟ ଯୁବକ ଜି.ଗୋଲ୍ଡ ସ୍ମିଥ, ୨୦୦୮ ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ନୌସେନା ରେ କାର୍ଯ୍ୟକରି ଅବସର ଗ୍ରହଣ କଲା ପରେ ଉମରକୋଟ ଠାରେ ନିଜସ୍ଵ ଉଦ୍ୟମ ରେ ଏକ ସନ୍ତରଣ ଜଳାଶୟ ପ୍ରତିଷ୍ଠା କରି ବର୍ତ୍ତମାନ ପର୍ଯ୍ୟନ୍ତ ୧୪୪ ଛାତ୍ର ଛାତ୍ରୀଙ୍କୁ ସନ୍ତରଣ ତାଲିମ ପ୍ରଦାନ କରିଛନ୍ତି | ଏହି ଅବସରରେ ସେନା ବାହିନୀ ରୁ ସଦ୍ୟ ଅବସର ଗ୍ରହଣ କରିଥିବା ସୁବେଦାର ମେଜର ସୁକାନ୍ତ କୁମାର ବେହେରା ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା l ଏଥିରେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦଙ୍କ ପ୍ରତିନିଧି ରାମ ନାୟକ, ଉମରକୋଟ ପୌରାଧ୍ୟକ୍ଷା ରାଧା ଭାତ୍ରା,ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ଶବର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଗୀତାଞ୍ଜଳି ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀକାଳୀନ ବିଭାଗ ହିମାଂଶୁ ଶେଖର ପଟନାୟକ, ନିର୍ବାହୀ ଅଧିକାରୀ ପୌର ପରିଷଦ ଉମରକୋଟ ଆଲୋକ କୁମାର ଅନୁଗୁଳିଆ, ଝରିଗାଁ ତହସିଲଦାର ସୁମନ୍ତ ପାତ୍ର ଉପସ୍ଥିତ ଥିଲେ।