June 6, 2025

ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତର ଲିମାଗୁଡା, କୁମିବନ୍ଦ (କୁମିବେଡା)ଓ ସିଉନାଗୁଡ଼ା ଗ୍ରାମର ରାସ୍ତା ପାଲଟିଛି ମରନ ଯନ୍ତା..

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) “”ବିକଶିତ ଗାଁ, ବିକଶିତ ଓଡ଼ିଶା”” ଯୋଜନା ସମୃଦ୍ଧ ଓଡ଼ିଶା ସଂକଳ୍ପ ଆହୁରି ମଜଭୁତ କରିଛି ଓଡ଼ିଶା ରାଜ୍ୟ ସରକାର। ଏହି ଯୋଜନାର ସଫଳ ରୂପାୟନ ବଳରେ ରାଜ୍ୟରେ ପ୍ରଗତିଧାରା ଆହୁରି ଦିନକୁ ଦିନ ତ୍ୱରାନ୍ୱିତ ହେବ। ଗାଁ ଗୁଡ଼ିକ ହେବ ବିକାଶର ଗ୍ରୋଥ ଇଞ୍ଜିନ, ଗାଁ ଲୋକଙ୍କ “ଇଜ ଅଫ ଲିଭିଙ୍ଗ” ରେ ଉନ୍ନତି ଆସିବ। ରାସ୍ତାଘାଟ ସହିତ ଶିକ୍ଷା ଭିତ୍ତିଭୂମି, କମ୍ୟୁନିଟି ଆସେଟ, ପୂଜାପାଠ ସ୍ଥାନର ହେବ ଉନ୍ନତିକରଣ। କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ହେବ ବିକାଶ। ଗାଁ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା। ପ୍ରାୟ ୬୦ ହଜାର ଗାଁରେ ପ୍ରବାହିତ ହେବ ବିକାଶର ଗଙ୍ଗା। ପାଞ୍ଚ ବର୍ଷ ପାଇଁ ୫୦୦୦ କୋଟିର ବ୍ୟୟବରାଦ ( ଓଡ଼ିଶା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ବୃଦ୍ଧି ହୋଇ ପାରେ ଯୋଜନାର ଅବଧୀ ) ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ଓ ଗ୍ରାମୀଣ ବିକାଶକୁ ନୂଆ ଗତି। ସମୃଦ୍ଧ ଓଡ଼ିଶା ଗଠନର ହାଇ-ୱେ ହେବ ଉପରକ୍ତ ଯୋଜନା ଗୁଡ଼ିକ। ହେଲେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳରେ ଥିବା ମାଟି ରାସ୍ତା ଗ୍ରାମକୁ ସବୁ ଦିନିଆ ପାଇଁ କେବେ ହେବ ପକ୍କା ରାସ୍ତା ? ଗାଁରେ ପଡ଼ୁନି ନେତା କି ମନ୍ତ୍ରୀଙ୍କ ପାଦ। ମୌଳିକ ସୁବିଧାରେ ଜମିଲାଣି ମଲି।ଗାଁ ବିକାଶ ହେଲେ ରାଜ୍ୟ ଓ ଦେଶର ବିକାଶ ହେବ, ସେହିପରି ଗାଁକୁ ଭଲ ରାସ୍ତା ହେଲେ ହିଁ ବିକାଶ ସମ୍ଭବ ବୋଲି ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ଅନ୍ତର୍ଗତ ଲିମାଗୁଡା, କୁମିବନ୍ଦ ( କୁମିବେଡା ) ଓ ସିଉନାଗୁଡ଼ାର ନାଉଳୁ ଗଣ୍ଡ, ଯୁଗଧର ଗଣ୍ଡ, ସନାଧାର ଗଣ୍ଡ, ଶ୍ୟାମଲାଲ ଗଣ୍ଡ, କପୁର ଗଣ୍ଡ, ସୁକନାଥ ଗଣ୍ଡ ଓ ବଳ ଭତ୍ରା ସହ ପ୍ରମୁଖ ଗ୍ରାମବାସୀ ମାନେ ଘୋର ଅଭିଯୋଗ କରିଛନ୍ତି ଗ୍ରାମରେ ଯିବା ଆସିବା ମୁଖ୍ୟ ରାସ୍ତାକୁ ନେଇ।ଲିମାଗୁଡାଠୁ ସିଉନାଗୁଡ଼ା ଭାୟା କୁମିବନ୍ଦ( କୁମିବେଡା ) ଯିବା ପାଇଁ ରାସ୍ତାକୁ ନେଇ ଏହି ତିନି ଗ୍ରାମବାସୀ ବୃନ୍ଦ ଅଭିଯୋଗ କରିବା ଓ ଉଚ୍ଚସ୍ତରୀୟ ପ୍ରଶାସନକୁ ଲିଖିତ ଆକାରରେ ଜଣାଇବା ପରେ ମଧ୍ୟ ଫଳ ଶୂନ୍ୟ। ୩୫ ବର୍ଷ ଧରି ଏହି ତିନି ଖଣ୍ଡ ଗାଁ ରାସ୍ତା ପାଇଁ ନରକ ଯନ୍ତ୍ରଣା ଭଗୁଛନ୍ତି। ଖାଲ ଗର୍ତରେ ପଡି ଆକସ୍ମିତ ଦୁର୍ଘଟଣାର ଶିକାର ହେଉଛନ୍ତି ବାଟୋଇ ସହ ଗ୍ରାମ୍ୟ ଲୋକ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ତିନି ଖଣ୍ଡ ଗାଁ ରାସ୍ତାର ସମସ୍ୱା ଦୂରୀଭୀତ କରି ଦେଲେ ଗାଁ ଲୋକେ ଉପକୃତ ହେଇଥାନ୍ତା କହି ଗୁହାରି କରିଛନ୍ତି।

You may have missed