June 18, 2026

ପୁଣ୍ୟ ଶ୍ଳୋକ ରାଣୀ ଅହିଲ୍ଯାବାଈ ହୋଲକର ଙ୍କ ୩୦୦ ତମ ଜୟନ୍ତୀ ପାଳିତ ..

IMG-20250601-WA0032
Share

 

 

ମାଲକାନଗିରି–ମାଲକାନଗିରି ଜିଲ୍ଲା ପରିଷଦ ସଭା ଗୃହ ଠାରେ ଲୋକମାତା ପୁଣ୍ୟ ଶ୍ଲୋକ ଅହିଲ୍ଯାବାଈ ହୋଲକର ଙ୍କ ୩୦୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ରେ ଆବାହକ ଅଶୋକ କୁମାର ପରିଡା, ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ , ମୁଖ୍ୟବକ୍ତା ଭାବେ ସାହିତ୍ୟିକ କେଶବ ଚନ୍ଦ୍ର ନାୟକ ଏବଂ ଅନ୍ୟତମ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ସୀମାଞ୍ଚଳ ପଣ୍ଡା ମଞ୍ଚାସୀନ ଥିଲେ।ମୁଖ୍ୟବକ୍ତା କେଶବ ଚନ୍ଦ୍ର ନାୟକ କହିଲେ ଯେ, ପୁଣ୍ୟ ଶ୍ଲୋକ ରାଣୀ ଅହିଲ୍ଯାବାଈ ମହାରାଷ୍ଟ୍ର ଅହମ୍ମଦ ନଗର ସ୍ଥିତ ଚଣ୍ଡି ଗ୍ରାମରେ ଏକ କୃଷକ ପରିବାରରେ ୧୭୨୫ ମସିହା ମେ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୭୩୫ ମସିହାରେ ଇନ୍ଦୋରର ରାଜପୁତ୍ର ଖଣ୍ଡେ ରାଓଙ୍କୁ ବିବାହ କରିଥଲେ।ସେ ୧୭୫୪ ମସିହାରେ କୁମ୍ଭେରୀ ଯୁଦ୍ଧରେ ନିହତ ହୋଇ ଥିଲେ । ତାଙ୍କର ଶ୍ବଶୁର ମହ୍ଲାର ରାଓ ସତୀ ନ ହେବା ପାଇଁ ବରଣ କରିବା ସତ୍ତ୍ୱେ ସେ ପରବର୍ତ୍ତୀ ସମୟରେ ଇନ୍ଦିର ରାଜ୍ୟର ରାଜ ଭାର ବହନ କରି ପ୍ରଜାମାନଙ୍କୁ ସୁଶାସନ ଦେଇଥିଲେ। ତାଙ୍କ ଶ୍ବଶୁର ମହ୍ଲାର ରାଓ ୧୭୬୬ ରେ ମୃତ୍ୟୁ ବରଣ କରିଥିଲେ। ସେହି ତାଙ୍କର ଏକମାତ୍ର ପୁତ୍ର ମାଲେ ରାଓ ୨୨ ବର୍ଷ ବୟସରେ ଏକ ରଥ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଏକମାତ୍ର ବିବାହିତା କନ୍ଯା ଜ୍ବାଇଁ ଯଶୋବନ୍ତ ରାଓଙ୍କ ଅକାଳ ବିୟୋଗ ପରେ ସତୀ ହୋଇଥିଲେ।ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଥିଲେ ମଧ୍ୟ ଜଣେ ବିଧବା ମହିଳା ଭାବେ ଅହିଲ୍ଯାବାଈ ହୋଲକର ଇନ୍ଦୋର ର ରାଜଭାର ସମ୍ଭାଳି ପ୍ରଜାବତ୍ସଳ ହୋଇ ପାରିଥିଲେ।୧୭୬୭ ରୁ ୧୭୯୫ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୨୮ ବର୍ଷ ସୁଶାନ ଦେଇଥିଲେ। ସେ ଏତେ ଜନପ୍ରିୟ ଥିଲେ ଯେ ତାଙ୍କୁ ଲୋକମାତାର ମାନ୍ୟତା ମିଳିଥିଲା । ମୋଗଲ ମାନଙ୍କ ଦ୍ବାରା ଧ୍ବସ୍ତବିଧ୍ବସ୍ତ ମନ୍ଦିରକୁ ପୁନଃନିର୍ମାଣ କରିଥିଲେ।ପ୍ରାୟ ୨୮ ଟି ଘାଟ ନିର୍ମାଣ କରିବା ସହ ୫୦ ରୁ ଅଧିକା ମନ୍ଦିର ନିର୍ମାଣ କରିଥିଲେ ଏବଂ ଶତାଧିକ ଜରାଜୀର୍ଣ୍ଣ ମନ୍ଦିରର ପୁନଃରୁଦ୍ଧାର କରିଥିଲେ। ସେ ଥିଲେ ଆଜୀବନ ଶିବ ଭକ୍ତ। ବୃକ୍ଷ ରୋପଣ,କୁଟୀର ଶିଳ୍ପର ବିକାଶ,କୂପ ଖନନ,ନାରୀ ଶିକ୍ଷା,କୃଷି କାର୍ଯ୍ୟର ଉନ୍ନତି , ବୟନଶିଳ୍ପ ର ବିକାଶ, ସ୍ଵଳ୍ପ ସୁଧରେ ଋଣ ପ୍ରଦାନ,ଅନ୍ନ ଛତ୍ର ପ୍ରଦାନ,ଗରୀବ କଲ୍ୟାଣ ତଥା ଶିକ୍ଷାର ଉନ୍ନତି ଆଦି ବହୁ ଜନହିତକର କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅଦ୍ୟାବଧି ଏତେ ବଡ ରାଣୀଙ୍କ ସମ୍ପର୍କ ରେ ଇତିହାସ ନିରବ ଥିଲା ବୋଲି ବିଧାୟକ ନରସିଂହ ମାଡକାମୀ ପ୍ରକାଶ କରିବା ସହିତ ଏ ସମ୍ପର୍କ ଜନସାଧାରଣ ଅବଗତ ହେବା ଆବଶ୍ୟକ। ଏହି ଉତ୍ସବରେ ମାଲକାନଗିରି ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଶେଷରେ ଆବାହକ ତଥା ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

(ମାଲକାନଗିରି ରୁ କେଶବ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ)

You may have missed