September 17, 2026

ଗୋଖାଦ୍ୟ ବୋଝେଇ ଟ୍ରକ୍ ରେ ଚାଲାଣ ହେଉଥିଲା ଗଞ୍ଜେଇ ମାଡିବସିଲା ଗୁଣୁପୁର ପୋଲିସ୍ ..

IMG-20250601-WA0026
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )କୋଟିଏ ରୁ ଉର୍ଧ ଟଙ୍କା ର ଗଂଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ।

ଗୁଣପୁର ଗଂଞ୍ଜେଇ ଚୋରାଚାଲାଣ ଚରାଭୂଇଁ ପାଲଟିଛି ଗୁଣପୁର। କେତେବେଳେ ବାଇକ୍ ରେ ଚାଲାଣ ହେଉଛି ତ କେତେବେଳେ ମେକ୍ସପିକଅପ ଗାଡିରେ ଆଉ ଏବେ ୧୬ ଚିକିଆ ଟ୍ରକ୍ ରେ ଗଂଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଗୋଖାଦ୍ୟ ସହ ଗଂଞ୍ଜେଇ ବୋଝେଇ କରି ଏକ ୧୬ ଚକିଆ ଟ୍ରକ୍ ଗଜପତୀ ଓ ରାୟଗଡା ସିମାନ୍ତ ଅଞ୍ଚଳ ରୁ ଗୁଣୁପୁର ଅଭିମୁଖେ ଆସୁଥିଲା। ଗୁଣୁପୁର ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଆଦର୍ଶ ଥାନା ସମ୍ନୁଖରେ ଚଢାଉ କରିଥିଲେ। ଗାଡିରେ ଗୋଖାଦ୍ୟ ସହ ଗଂଞ୍ଜେଇ ଥିବା ଜାଣିପାରି ଗାଡିକୁ ଜବତ କରି ପୋଲିସ୍ ପଚରାଉଚୁରା ଜାରି ରଖିଥିଲା। ଗଂଞ୍ଜେଇ ଉତରପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଗଂଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ ଟ୍ରକ୍ ମଧ୍ୟରେ ତଳେ ଗଂଞ୍ଜେଇ ଭର୍ତୀ କରି ଉପରେ ଗୋଖାଦ୍ୟ ରଖି ବେଆଇନ ଭାବେ ଚାଲାଣ କରୁଥିଲେ। ଟ୍ରକ ରୁ ୨୯ ଟି ବ୍ୟାଗ୍ ରେ ୮୦୦ ରୁ ଉର୍ଧ କେଜି ଗଂଞ୍ଜେଇ ଜବତ କରିବା ସହ ୫୧୬ ଟି ଜରିବ୍ୟାଗ୍ ଭର୍ତୀ ଗୋଖଦ୍ୟ ଥିବା କହିଛି ପୋଲିସ୍। ଟ୍ରକ୍ ସହ ଦୁଇଟି ମୋବାଇଲ୍ ଫୋନ, ୭୧୦୦ ଟଙ୍କା ଜବତ କରିବା ସହ ଗାଡି ଚାଳକ ଓ ସହଯୋଗୀ ଦୁଇଜଣକୁ ଗିରଫ କରିଛି ପୋଲିସ୍। ଜବତ ଗଂଞ୍ଜେଇ ର ଆନୁମାନିକ ମୁଲ୍ୟ ୧ କୋଟି ରୁ ଉର୍ଧ ଟଙ୍କା ବୋଲି ପୋଲିସ୍ ଅନୁମାନ କରିଛି। ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍ ସନ୍ତୋଷ ନାୟକ ଙ୍କ ଉପସ୍ଥିତିରେ ପୋଲିସ୍ ଗଂଞ୍ଜେଇ କୁ ଓଜନ କରିବା ସହ ସମସ୍ତ ଘଟଣାର ତଦନ୍ତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଉତର ପ୍ରଦେଶ ର ଆଲିଗଡ ଜିଲ୍ଲା ନାଉନ୍ ଗ୍ରାମର ଅନିଲ କୁମାର,ଥେକେଡେର୍ ଗ୍ରାମର ହରିଶ୍ କୁମାର। ଏହି ବେଆଇନ ଭାବେ ଗଂଞ୍ଜେଇ ଚୋରାଚାଲାଣ ଚାଲାଣ ପଛରେ କିଙ୍ଗ୍ ପିନ୍ କିଏ। ଏଥିରେ ଆଉ କେତେ ଜଣକ ସଂମ୍ପୃକ୍ତି ରହିଛି। କେତେଜଣ ଗଂଞ୍ଜେଇ ମାଫିଆ କଡା ସୁରକ୍ଷା ଦେଇ ଟ୍ରକ ଟିକୁ ଚାଲାଣ କରୁଥିଲେ ଏହାର ତଦନ୍ତ ଚଳାଇଛି ଗୁଣୁପୁର ପୋଲିସ୍।

You may have missed