April 28, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବା ଘଟଣା । ଉପାନ୍ତ ଖବର ରେ ଖବର ପ୍ରସାରଣ ପରେ ଗ୍ରାମକୁ ସ୍ଥାନୀୟ ବିଧାୟକଙ୍କ ପରିଦର୍ଶନ………

IMG-20250531-WA0014
Share

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ଚଳିତ ମାସ ଗତ ୨୮ତାରିଖ ବୁଧବାର ଦିନରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଖବର ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ସ୍ଥାନୀୟ ବିଧାୟକ ନରସିଂହ ଭତରା ଉକ୍ତ ଗ୍ରାମ କୁ ପରିଦର୍ଶନ କରିଥିବା ସୂଚନା ମିଳିଛି|ପ୍ରକାଶ ଥାଉ କି, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ ଡୁମୁନିଗୁଡା ଗ୍ରାମର ଚକ୍ରଧର ଯାନୀଙ୍କ ସ୍ତ୍ରୀ ବିମଳା ଯାନୀ ପ୍ରସବ ବେଦନା ପାଇବା ପରେ ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ|ହେଲେ ଗାଁ ରାସ୍ତା ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମକୁ ନଯାଇ ଗ୍ରାମ ଠାରୁ ଅଧ କିଲୋମିଟର ଦୁର କର୍ଲାପଡା ଗ୍ରାମ ଠାରେ ଅଟକି ରହିଥିଲା। ଶେଷରେ ପରିବାର ଲୋକ ଅନ୍ୟ ଉପାୟ ନପାଇ ଏକ ଖଟିଆ କୁ ଭାର କରି ଅଧ କିଲୋମିଟର ଦୂରରେ ଛିଡା ରହିଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ଆମ୍ବୁଲାନ୍ସରେ ଗର୍ଭବତୀ ମହିଳା ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା| ଆମ୍ବୁଲାନ୍ସରେ ମେଡିକାଲକୁ ନେବା ବାଟରେ ହିଁ ବିମଳା ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ | ମୃତ ଶିଶୁପୁତ୍ର ପଞ୍ଚମ ସନ୍ତାନ ଥିଲା। ପ୍ରସବ ପୂର୍ବରୁ ମାଁ ଗୃହ କର୍ମଚାରୀ ମାଁ ଗୃହରେ ଆଣିବାକୁ ଯାଇଥିଲେ କିନ୍ତୁ ପରିବାର ଲୋକେ ମାଁ ଗୃହକୁ ଆଣିବାକୁ ଅମଙ୍ଗ ହୋଇଥିଲେ। ସୂଚନା ପ୍ରକାରେ ମହିଳା ଜଣକ ବାହାର ରାଜ୍ୟକୁ ଜୀବିକା ନିର୍ବାହ ପାଇଁ ଯାଇଥିଲେ। ଗତ ମାର୍ଚ୍ଚ ମାସରେ ଘରକୁ ଫେରିଥିଲେ। ଇଚ୍ଛାପୁର ପଞ୍ଚାୟତ ସଦର ସ୍ଥିତ ଆୟଷ୍ମାନ ଆରୋଗ୍ୟ ମନ୍ଦିର ପି ହେଚ୍ ସି ରେ ସ୍ଵାସ୍ଥ୍ୟ ପରୀକ୍ଷା ପରେ ମହିଳାଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ଆବଶ୍ୟକୀୟ ଔଷଧ ପତ୍ର ପ୍ରଦାନ କରାଯାଇଥିବା ଏବଂ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଥିବା ମହିଳା ସ୍ଵାସ୍ଥ୍ୟ କର୍ମୀ ଉଷା ରାଣୀ ନାୟକ ସୂଚନା ଦେଇଛନ୍ତି। ହେଲେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ମା ସୁସ୍ଥ ରହିଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଡାକ୍ତର କରିଥିଲେ। ମହିଳାଙ୍କ ଶରୀରରେ ରକ୍ତ କମିଯାଇଥିବାରୁ ଉମରକୋଟ ଡାକ୍ତରଖାନାରେ ମହିଳାଙ୍କୁ ପଠାଇବା ପରେ ସେଠାରେ ରକ୍ତ ପ୍ରଦାନ କରାଯାଇଥିଲା। ବର୍ତମାନ ବିମଳା ଙ୍କ ସ୍ଵାସ୍ଥ୍ୟ ଠିକ୍ ଥିବା ଜଣା ପଡ଼ିଛି। ଏହି ଖବରଟି ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ଝରିଗାଁ ବିଧାୟକ ନରସିଂହ ଭତରା ଡୁମୁନିଗୁଡା ଗ୍ରାମକୁ ପରିଦର୍ଶନ କରି ଗ୍ରାମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ପ୍ରଥମେ ସଦ୍ୟ ନବଜାତ ଶିଶୁପୁତ୍ରର ବାଟରେ ପ୍ରସବ ପରେ ଶିଶୁଟିର ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାର କୁ ସାକ୍ଷାତ କରି ସମ ବେଦନା ଜଣେଇବା ପରେ ଗ୍ରାମର ଜନ ସାଧାରଣଙ୍କୁ ସାକ୍ଷାତ କରି ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଗ୍ରାମରେ କିପରି ସରକାରଙ୍କ ସମସ୍ତ ଯୋଜନା ପହଂଚି ପାରିବ, ସେନେଇ ସେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି|

You may have missed