ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଶୋଭାଯାତ୍ରା
ବୁଗୁଡ଼ା : ତା ୨୮/୦୫/୨୫ : ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବୁଗୁଡା ସହରରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶୋଭାଯାତ୍ରା ଅବସରରେ ସ୍ବଦେଶୀ ଜାଗରଣ ମଞ୍ଚର କର୍ମକର୍ତ୍ତାଗଣ ନଗର ପରିକ୍ରମା ସହ ସ୍ଥାନୀୟ ମଦନ ମୋହନ ଛକରେ ତୁର୍କୀ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ଏବଂ ଜନ ସଚେତନତା ସଭା ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ଅପରେସନ ସିନ୍ଦୁର ସମୟରେ ତୁର୍କୀ ଦେଶ ପାକିସ୍ଥାନକୁ ସାମରିକ ସାହାଯ୍ୟ କରି ଭାରତ ଦେଶ ବିରୁଦ୍ଧରେ କାର୍ଯ୍ୟ କରିବା ପରିପ୍ରେକ୍ଷୀରେ ସମଗ୍ର ଦେଶରେ ତୁର୍କୀର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ପାଇଁ କରିବାକୁ ବୁଗୁଡା ସହରର ବ୍ୟବସାୟୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
