April 25, 2026

ଉମରକୋଟ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ର ଶହେ ପ୍ରତିଶତ ଫଳାଫଳ, ଅଭିଭାବକ ମହଲରେ ଖୁସିର ଲହରୀ…………

IMG-20250528-WA0009
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ର ଶିକ୍ଷା ବ୍ୟବସ୍ତା ରେ ଦିନକୁ ଦିନ ଉନ୍ନତି ଆସୁଥିବା ପାରିଲିକ୍ଷିତ ହେଉଛି | ଏହି ଜ଼ିଲ୍ଲା ରେ ଥିବା ସମସ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କର ଚଳିତ ବର୍ଷ ସି.ବି.ଏସ.ଇ.ପରୀକ୍ଷା ଫଳ ଗ୍ରାଫ ଆକାଶଛୁଆଁ ହୋଇଥିବା ବେଳେ, ଆଜି ଜ଼ିଲ୍ଲା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଗୁରୁକୃପା ପୁଣି ସଫଳତାର ଶୀର୍ଷରେ ଥିବା ଜଣାପଡିଛି | ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ସି.ବି.ଏସ.ଇ. ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା, ହେଲେ କୌଣସି କାରଣ ବଶତଃ ଏହି ଅନୁଷ୍ଠାନ ର ପରୀକ୍ଷା ଫଳ ପ୍ରକାଶିତ ହୋଇ ପାରିନଥିଲା | ଯାହାକି ଆଜି ପ୍ରକାଶିତ ହୋଇଛି | ସି.ବି.ଏସ୍.ଇ. ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ୨୦୨୫ ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଗୁରୁକୃପା ପବ୍ଲିକ୍ ସ୍କୁଲ୍ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଫଳାଫଳର ଇତିହାସକୁ ଦୋହରାଇ ଶତପ୍ରତିଶତ ସଫଳତା ହାସଲ କରିଛି। ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନ ର ସର୍ବ ମୋଟ ୧୩୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୭ ଜଣ ପ୍ରଥମ ଶ୍ରେଣୀରେ ଓ ୬୩ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ତୃତୀୟ ଶ୍ରେଣୀରେ ୧୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତା ଅର୍ଜନ କରିଛନ୍ତି। ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସରୋଜ ପାଲ୍ ୯୧.୬% ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ସିଦ୍ଧାନ୍ତ ସାହୁ

୮୪.୬% ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ପ୍ରଦୀପ ଗଣ୍ଡ ୮୨.୨% ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଅନୁଷ୍ଠାନର ଏହି ଅପାର ସଫଳତା ପଛରେ ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା, ଅନୁଶାସନ, ଭୟମୁକ୍ତ ପରିବେଶ ଏବଂ ଉଚ୍ଚ ଶିକ୍ଷିତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଅଭିଭାବକ ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଅନୁଷ୍ଠାନର ସଭାପତି ଶ୍ରୀ ମନୋଜ କୁମାର ପାଢ଼ୀ | ସେହିପରି ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହୀ, ପି. ଆର. ଓ ଇଂ. ଚନ୍ଦନା ମଲ୍ଲିକ ସମସ୍ତ କୃତି ଛାତ୍ର ଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।