ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରେ ଭିତିଭୂମି ଅଭାବ ଯୋଗୁଁ ଜରାଜୀର୍ଣ ଅବସ୍ଥାରେ ଆୟୁର୍ବେଦ ଚିକିତ୍ସାଳୟ…………
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ପୁରାତନ ଆୟୁର୍ବେଦ ଚିକିତ୍ସା ବର୍ତ୍ତମାନ ଯୁଗରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି ଏବଂ ବହୁ ପୁରାତନ ରୋଗୀ ଆୟୁର୍ବେଦ ଚିକିତ୍ସା ଉପରେ ଭରସା କରିଥାନ୍ତି ତେଣୁ ଏହାର ଲୋକପ୍ରିତାକୁ ଦେଖି ପ୍ରତିବର୍ଷ ଧନ୍ଵନ୍ତରି ଜୟନ୍ତୀ ଦିନକୁ ଜାତୀୟ ଆୟୁର୍ବେଦ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ୨୦୧୬ ମସିହାରେ ଘୋଷଣା କରିଥିଲେ କିନ୍ତୁ ତୃଣମୂଳ ସ୍ତରରେ ଜିଲ୍ଲାରେ ଥିବା ଅଧାରୁ ଅଧିକ ଆୟୁର୍ବେଦ ଡିସ୍ପେନସରି ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିରହିଛି।ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ୨୨ ଟି ଆୟୁବେଦ ଚିକିତ୍ସାଳୟ ରହିଛି କିନ୍ତୁ ଅଧାରୁ ଅଧିକ ଚିକିତ୍ସାଳୟ ଗୁଡିକର ଭିତ୍ତି ଭୂମିର ଅଭାବ ଦେଖିବାକୁ ମିଳିଛି, ଅଧାରୁ ଅଧିକ ଚିକିତ୍ସାଳୟ ଗୁଡିକର ନିଜସ୍ୱ ଜାଗା ନାହିଁ ଏବଂ ଯେଉଁ କେତୋଟି ର ନିଜସ୍ୱ ଜାଗାରେ କୋଠା ରହିଛି ତାହା ମଧ୍ୟ ଜରାଜୀର୍ଣ୍ଣ ହୋଇ ରହିଥିଵା ଦେଖିବାକୁ ମିଳିଛି,ଏଇ ଯେମିତି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର କିଛି ଆୟୁର୍ବେଦିକ ଚିକିତ୍ସାଳୟ କୁ ଯାଇ ଦେଖିଥିଲୁ। ଉମରକୋଟ ବ୍ଲକ ବେନରା ପଞ୍ଚାୟତ ଠାରେ ୧୯୮୩ ମସିହାରେ ଲୋକଙ୍କୁ ଆୟୁର୍ବେଦ ଚିକିତ୍ସା ଯୋଗାଇ ଦେବାକୁ ଗୋଟିଏ ଚିକିତ୍ସାଳୟ ଖୋଲାଗଲା ହେଲେ କାଳକ୍ରମେ ତାହା ଯରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚି ଯାଇଛି,ରୋଗୀଙ୍କୁ ଚିକିତ୍ସା କରିବାକୁ କୋଠା ଘର ଖଣ୍ଡିଏ ନାହିଁ ତେଣୁ ସରକାରୀ କ୍ଵାଟର ରେ ରୋଗୀସେବା ସହ ଔଷଧ ରଖାଯାଇଛି ସେହିଭଳି ପିଇବା ପାଣିର ବ୍ୟବସ୍ଥା ନାହିଁ, ପାଚେରୀ ନାହିଁ, ରୋଗୀ ଆସିଲେ ବିଶ୍ରାମ ନେବାକୁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ଏବଂ ଚିକିତ୍ସାଳୟ ରେ ତିନିଜଣ କର୍ମଚାରୀ ରହିବା ର ନିୟମ ରହିଥିବା ବେଳେ ଏହି କେନ୍ଦ୍ରରେ ଦୁଇଜଣ କର୍ମଚାରୀ ରହିଛନ୍ତି। ଉକ୍ତ ପାଚେରୀ ମଧ୍ୟରେ ଡକ୍ଟର ରହିବାର ନିୟମ ରହିଥିବା ବେଳେ ଡକ୍ଟର ଙ୍କ ରହିବା ପାଇଁ ଘର ଖଣ୍ଡିଏ ମଧ୍ୟ ନାହିଁ ତେଣୁ ଡ଼କ୍ଟର ପ୍ରତ୍ୟକ ଦିନ ଉମରକୋଟରୁ ପ୍ରାୟ ୨୫ କିଲୋମିଟର ନିଈତି ଯିବା ଆସିବା କରୁଛନ୍ତି ଡ଼କ୍ଟର ସାବିତ୍ରୀ ଗଣ୍ଡ।ସ୍ଥାନୀୟ ଲୋକ ପ୍ରତିନିଧି କପୁରଚାନ୍ଦ ନାୟକ ଚିକିତ୍ସାଳୟ ର ସମସ୍ୟା ବିଷୟରେ ବିଗତ ସରକାର ଓ ସ୍ଥାନୀୟ ପ୍ରଶାସନ ଙ୍କୁ ଅନେକ ଥର ଗୁହାରି କରିଥିଲେ ହେଲେ ସମସ୍ୟା ପ୍ରତି ପୂର୍ବ ସରକାର କର୍ଣ୍ଣପାତ କରି ନଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେହିଭଳି ଜିଲାର ଅନ୍ୟ ଏକ ଆୟୁର୍ବେଦ ଚିକିତ୍ସାଳୟ ଭଣ୍ଡାରୀଗୁଡା ପଞ୍ଚାୟତ ର ପୋଡ଼ଗଡ଼ ଠାରେ ରହିଛି ସେଠାକାର ଅବସ୍ଥା ମଧ୍ୟ୍ୟ ଶୋଚନୀୟ ନିଜସ୍ୱ ଜାଗା ନାହିଁ ଭିତ୍ତି ଭୂମି ର ଅଭାବ ତେଣୁ ସ୍ଥାନୀୟ ସରପଞ୍ଚ ଙ୍କ ଦୟାରୁ ପଞ୍ଚାୟତ କାର୍ଯ୍ୟାଳୟ ର ଏକ କୋଠାରେ ଚାଲିଛି ଚିକିତ୍ସା। ଅନ୍ୟପଟେ କର୍ମଚାରୀ ଅଭାବ ରୁ ଅନେକ ସମସ୍ୟା ହେଉଛି ବୋଲି କହିଛନ୍ତି ସେଠାରେ ନିୟୋଜିତ ହୋଇଥିବା ଡ଼କ୍ଟର। ରାସ୍ତା କଡରେ ସରକାର ଯଦି ଜାଗା ଖଣ୍ଡିଏ ଯୋଗାଇ ଦେବେ ତାହେଲେ ଲୋକେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ଡ଼କ୍ଟର ମୋନିକା ରାଣୀ ଶିକଦାର ଏବଂ ସ୍ଥାନୀୟ ବାସିନ୍ଦା। ଏହିଭଳି ସମସ୍ୟା କୁ ନେଇ ଜିଲା ଆୟୁର୍ବେଦ ଡ଼କ୍ଟର, ରାୟଗଡା ସର୍କଲର ଅଧିକାରୀ ଲକ୍ଷ୍ମୀଧର ପାତ୍ର ଙ୍କୁ ପଚାରିବାରୁ ସେକହିଛନ୍ତି ବହୁ ପୁରାତନ ରୋଗୀ ଆୟୁର୍ବେଦ ଚିକିତ୍ସା ର ଲାଭ ପାଇ ପାରିଥାନ୍ତି ତେଣୁ ଜିଲାରେ ୨୨ ଟି ଆୟୁର୍ବେଦିକ ଚିକିତ୍ସାଳୟ ଖୋଲାଯାଇଛି ସେଥି ମଧ୍ୟରୁ ଅନେକ ସ୍ଥାନରେ ଭିତ୍ତି ଭୂମିର ଅଭାବ ରହିଛି, ଆୟୁର୍ବେଦ ଚିକିତ୍ସାଳୟ ଗୁଡିକରେ ମୁଖ୍ୟତଃ, ଘର, ପାଚେରୀ, ପିଇବା ପାଣି ଓ ବଗିଚା ରହିବା କଥା କିନ୍ତୁ ତାହା ଅନେକ ଜାଗାରେ ନାହିଁ। ସମସ୍ତ ବିଷୟରେ ସରକାର ଙ୍କୁ ଅବଗତ କରାଯାଇଛି କିଛି ଜାଗାରେ ଚିକିତ୍ସାଳୟ ର କୋଠା କାମ ଚାଲିଛି ଆଉ କେତୋଟି ଅବହେଳିତ ହୋଇ ପଡିଛି ସେଗୁଡିକର ସମସ୍ୟା ମଧ୍ୟ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି। କର୍ମଚାରୀ କିଛି ଜାଗାରେ ସମସ୍ୟା ରହିଛି ସେଗୁଡିକ ମଧ୍ୟ ଧୀରେ ଧୀରେ ପୂରଣ କରାଯିବ ବୋଲି କହିଛନ୍ତି।
