May 29, 2025

ଉପାନ୍ତ ଖବର ର ମହା ପ୍ରଭାବ : ନ୍ୟୁଜ ପ୍ରସାରଣ ପରେ ଆକ୍ସନ ମୋଡ଼ ରେ ସାହାରପଡା ଫାଣ୍ଡି ପୁଲିସ

Share

(ମଦୁଆଙ୍କ କବ୍ଜାରେ ସାହାରପଡା ଷ୍ଟାଡିୟମ ଏକ ଶୀର୍ଷକ ପ୍ରସାରଣ କରଯାଇଥିଲା )

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟଳୟରେ ଥିବା ଷ୍ଟାଡିୟମ ରୁ ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଚୋରି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମ ୱାର୍ଡ ମେମ୍ବର ଫାଣ୍ଡି ର ଦ୍ୱାରସ୍ଥ ହୋଇଛନ୍ତି l

ସୂଚନା ଅନୁଯାଇ ୫ ଟି ଅଧିନରେ ୨୦୨୩-୨୦୨୪ ମସିହାରେ ଲକ୍ଷ୍ୟଧିକ ଟଙ୍କା ନିବେଶ କରି ଷ୍ଟାଡିୟମ ଟିକୁ ଉର୍ନତି କରଣ କରଯାଇଥିଲା, ହେଲେ ଏକ ବର୍ଷ ନ ବିତୁଣୁ ଷ୍ଟାଡିୟମର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି l

ଷ୍ଟାଡିୟମ ପରିସରରେ ଆଲୋକୀକରଣ ପାଇଁ ୧୨ ଟି ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବା ବେଳେ ୮ ଟି ଚୋରି ହୋଇ ସାରିଲାଣି, ସେପଟେ ସ୍ଥାନୀୟ ସରପଞ୍ଚ ପଦ୍ମଲୋଚନ ନାଏକ ଲିଖିତ ଭାବେ ସାହାରପଡା ଫାଣ୍ଡି ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ୍ୟ ଏ ପ୍ରଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି l ସ୍ଥାନୀୟ ୱାର୍ଡ ମେମ୍ବର ସୋମ୍ୟ ମୁଣ୍ଡାଙ୍କ କହିବା ଅନୁଯାଇ ପୋଲିସ କୁ ଲିଖିତ ଦେଲା ପରେ ମଧ୍ୟ୍ୟ ୨ଟି ଲାଇଟ ଚୋରି ହୋଇଛି l

 

ସେପଟେ ଷ୍ଟାଡିୟମରେ ଗେଟ୍ ନ ଥିବା କାରଣ ରୁ ମଦୁଆ ମାନଙ୍କର ଆଡାସ୍ଥଳୀ ପାଲଟି ପଡିଛି, ସନ୍ଦ୍ୟା ରୁ ମଦ ଧରି ଭୋଜି ଭାତ ର ଆସର କରି ବିଳମ୍ବିତ ରାତ୍ରି ତକ ସେଠାରେ ମୋଜ ମସ୍ତି କରି ଷ୍ଟାଡିୟମରେ ମଦ ବୋତଲ ଏବଂ ଅଇଁଠା ସରୋଞ୍ଜାମ ପିଙ୍ଗି ଦେଉଥିବା ହେତୁ ଅତି ଶୋଚନୀୟ ହୋଇପଡିଛି l

 

ଏହି ଶୀର୍ଷକ ଉପାନ୍ତ ଖବର ରେ ପ୍ରସାରଣ କରିବା ପରେ ଆକ୍ସନ ମୋଡ଼ କୁ ଆସିଛି ସାହାରପଡା ଫାଣ୍ଡି ପୁଲିସ, ଆଜି ସନ୍ଦ୍ୟା ୮ ସମୟରେ କିଛି ମଦୁଆ ସେଠାରେ ଖଟି କରୁଥିଲେ ହଟାତ ପୋଲିସ ଭ୍ୟାନ ଟି ପଡିଆ ଭିତରକୁ ପ୍ରବେଶ କରିଥିଲା l ପୁଲିସ ଗାଡ଼ି ଦେଖି ୪ ରୁ ୫ ଗୋଟି ବାଇକ ସହ ପାଖାପାଖି ୧୦ ରୁ ଅଧିକ ଲୋକ ପଡିଆ ଭିତରେ ଖଟି କରୁଥିଲେ l ପୁଲିସ ଗାଡ଼ି ଦେଖି ଭୟ ଭିତ ହୋଇ ପଡିଆ ରୁ କିଛି ବାଇକ ଯୋଗେ ଏବଂ ଆଉ କିଛି ଦୌଡ଼ି ପଳାଇବାର ପରିସ୍ଥିତି ସୃଷ୍ଟି ହୋଇଥିଲା l

 

ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ ଅରାମଙ୍କ ଏପରି ଆକ୍ସନ ଦେଖି ସାହାରପଡା ଗ୍ରାମ ପଞ୍ଚାୟତ ର ଜନ ପ୍ରତିନିଧି ତଥା ସରପଞ୍ଚ ପଦ୍ମଲୋଚନ ନାଏକ ଏବଂ ୱାର୍ଡ ମେମ୍ବର ସୋମ୍ୟ ମୁଣ୍ଡା ଏବଂ ସ୍ଥାନୀୟ ବୁଦ୍ଧି ଜିବି ମାନେ ପ୍ରଶଂସା ଦେଉଛନ୍ତି l ଖୁବ ଶୀଘ୍ର ମଦୁଆ ମାନେ ସାବାଡ଼ ହେବେ ବୋଲି ମୁଖ୍ୟ ବଜାରରେ ଆଲୋଚନା ହେଉଛି l

You may have missed