March 12, 2026

ପାରଳାଖେମୁଣ୍ଡି ବସ୍ତି ସୁରକ୍ଷା ମଞ୍ଚର ଆମରଣ ଅନଶନ ପ୍ରଶାସନର ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ  

IMG-20250526-WA0011
Share

ପାରଳାଖେମୁଣ୍ଡି:୨୬/୫(ଗରୁଡ଼ ଧ୍ଵଜ ଚୌଧୁରୀ) (ଗରୁଡ ଧ୍ଵଜ ଚୌଧୁରୀ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୧୪ ନମର ଗାର୍ଡ ସଞ୍ଜୟ ଗାନ୍ଧୀ କଲୋନୀ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନେ ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ସେବା ସହ ଜମି ପଟ୍ଟା ଆଦି ମୌଳିକ ସୁବିଧା ଦାବି କରି ଗତ ବୁଧବାର ଠାରୁ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି ରଖିଥିଲେ। ଜିଲା ପ୍ରଶାସନର ପ୍ରତିଶ୍ରୁତି ପରେ ଏହି ଅନଶନ – ଶନିବାର ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି। ଗଜପତି ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ, ପୌର ଅଧ୍ୟକ୍ଷା ନିର୍ମଳା ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଅନଶନ ସ୍ଥଳରେ ପହଞ୍ଚି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କୁ ଦାବିପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବସ୍ତିରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବ। ପରେ ଖୁବ କମ ସମୟରେ ସରକାରଙ୍କ ନିୟମ ପ୍ରକାରେ ଥଇଥାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦିଆ ଯାଇଥିଲା. ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ କହିଛନ୍ତି, ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ ଆମେ ଅନଶନ ପ୍ରତ୍ୟାହୃତ କରିଛୁ ଯଥାଶୀଘ୍ର ପ୍ରତିଶ୍ରୁତି କାର୍ଯ୍ୟକାରୀ କରି ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାର ଦେବେ ବୋଲି ଆଶା ରଖୁଛୁ.