May 25, 2025

ବାଲି ସୌରାତ ଉପରେ ବାଲେଶ୍ବର ଉପ ଜିଲ୍ଲାପାଳଙ୍କ ଚଢ଼ାଉ..

Share

 

ଜଳେଶ୍ଵର(ଦେବାଶିଷ ଦାଶ)

ସୁବର୍ଣ୍ଣରେଖା ନଦୀର ବସ୍ତା ବ୍ଲକ ଅର୍ନ୍ତଗତ ଧିତିପୁରା ସରକାରୀ ବାଲି ସୌରାତ ଉପରେ ବାଲେଶ୍ବର ଉପଜିଲ୍ଲାପାଳ ଙ୍କ ଚଢ଼ାଉ,୫ ଟି ବାଲି ବୋଝେଇ ହାଇଓ୍ବା ଏବଂ ଗୋଟିଏ ଖାଲି ହାଇଓ୍ବା ଅଟକ ରଖି ତଦନ୍ତ କରିବା ସହିତ ୬ ଜଣକୁ ଅଟକ ରଖି ପଚରାଉଚରା

କରୁଛନ୍ତି।ବିନା ସିଇଓ ରେ ବାଲି ଚାଲାଣ ନେଇ ହୋଇଥିଲା ଅଭିଯୋଗ।ସୁଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀରେ ରହିଥିବା ଅନେକ ସରକାରୀ ବାଲି ସୌରାତ ରେ ବିନା ସିଇଓ ରେ ବାଲି ପରିବହନ ହେଉଥିବା ଅଭିଯୋଗ ହୋଇ ଆସୁଛି।ବାଲେଶ୍ବର ଉପଜିଲ୍ଲାପାଳ ଦିନ ଗୋଟିଏ ବେଳେ ଅଚାନକ ଧିତିପୁରା ସରକାରୀ ବାଲି ସୌରାତ ଉପରେ ଚଢ଼ାଉ

କରିଥିଲେ।ପରିବହନ କରିବା ପାଇଁ ବାଲି ବୋଝେଇ ହୋଇଥିବା ୫ ଟି ହାଇଓ୍ବା ଏବଂ ବାଲି ବୋଝେଇ ପାଇଁ ଅପେକ୍ଷା ରେ ଥିବା ଗୋଟିଏ ହାଇଓ୍ବା କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଛନ୍ତି।ଯଦି ସଠିକ ସିଇଓ ନଥିବ ତାହାହେଲେ ଜବତ କରାଯିବ ବୋଲି ସୁଚନା ଦେଇଛନ୍ତି।ଏହା ସହିତ ୬ ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି।ଏହି ଚଢ଼ାଉ ସମୟରେ ଉପଜିଲ୍ଲାପାଳ ଙ୍କ ସହିତ ଜଳେଶ୍ଵର ର ଦୁଇଜଣ ଜୁନିୟର ଖଣି ଅଧିକାରୀ ଜିତେନ୍ଦ୍ର ଦାସ ଓ ସତ୍ୟ ଚିନ୍ମୟ ଜେନା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲେ।

You may have missed