May 25, 2025

ସମିତିସଭ୍ୟାଙ୍କୁ ଅସମ୍ମାନ ନେଇ ଜରଡ଼ା ଥାନାରେ ଅଭିଯୋଗ ।

Share

ସମିତିସଭ୍ୟାଙ୍କୁ ଅସମ୍ମାନ ନେଇ ଜରଡ଼ା ଥାନାରେ ଅଭିଯୋଗ

ପାତ୍ରପୁର ସୁଭଶ୍ରୀ ପ୍ରଧାନ

୨୪/୦୫/୨୫

ପାତ୍ରପୁର ପଂଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ବି ଜେ ଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ କକ୍ଷତ୍ୟାଗ କରିଥିବା ବେଳେ ଶନିବାର କେଶରିପଡ଼ା ସମିତି ସଭ୍ୟା ଗଜିଲା ରୁକ୍ମିଣୀ ଏକ ଯୁବକ ଙ୍କ ନାମରେ ଜରଡ଼ା ଥାନା ରେ ଅଭିଯୋଗ କରିଛନ୍ତି। ଗାଳି ଗୁଲଜ କରିବା , ଜାତିଆଣ ଆକ୍ଷେପ କରିବା ଓ ଧମକ ଦେବା ଭଳି ଅଭିଯୋଗ ସମିତିସଭ୍ୟା ଜଣକ ଏତେଲା ରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ଦେବାବେଳେ ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ରାମନାଥ ପାଣିଗ୍ରାହୀ , ଭଗବାନ ପାତ୍ର, ଓ ନାଗମା ରାଓ, ସଂଗ୍ରାମ କେଶରୀ ନାୟକ , ବିଜୟ ପ୍ରଧାନ, ଭଗବତୀ ପାଣିଗ୍ରାହି ଙ୍କ ସମେତ ଅନେକ ବି ଜେ ଡି କର୍ମୀ ଉପସ୍ଥିତ ଥିଲେ।