April 24, 2026

ଅଞ୍ଚଳ ରେ ମିଳୁନି ବାଲି,, ଉନ୍ନୟନ କାମ ଠପ୍।ବାଲି ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଟ୍ରାକ୍ଟର ମାଲିକ ସଂଘ।

IMG-20250523-WA0068
Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଦୀର୍ଘ ଦିନ ହେବ ଗୁଣୁପୁର ଅଞ୍ଚଳ ରେ ଉତ୍କଟ ରୁପ ନେଇଛି ବାଲି ସମସ୍ୟା। ବଂଶଧାରା ନଦୀ କୂଳରେ ଗୁଣୁପୁର ରହିଥିଲେ ମଧ୍ୟ ଅଞ୍ଚଳ ରେ ବାଲି ମିଳୁନି ଯାହାଫଳରେ ଉନ୍ନୟନ କାମ ଠପ୍ ହୋଇପଡିଛି। ବଂଶଧାରା ନଦୀ ର ବାଲିଶଯ୍ୟା ର ଲିଜ୍ ରହିଥିଲେ ମଧ୍ୟ ବାଲି ପାଇବାରୁ ବଞ୍ଚିତ ରହୁଛନ୍ତି ଗୁଣୁପୁର ବାସି। ବାଲି ନମିଳିବାରୁ ଗୁଣୁପୁର ଅଞ୍ଚଳ ରେ ରାଜମେସ୍ତ୍ରୀ ,ଶ୍ରମିକ, ଟ୍ରାକ୍ଟର ମାଲିକ, ଗାଡି ଚାଳକ ସମସ୍ତେ କାମ ନପାଇ ହାତବାନ୍ଧି ବସିଛନ୍ତି। ଏପରିକି ଘର ନିର୍ମାଣ କାମ , ସରକାରି କଳର ବିଭିନ୍ନ ଉନ୍ନୟନ ମୂଳକ ମଧ୍ୟ ବନ୍ଦ ହୋଇପଡିଛି। ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ନୁଖିନ ହେଉଛନ୍ତି। ଜିଲ୍ଲା ଖଣି ବିଭାଗ ଓ ଲିଜ୍ଧାରି ମଧ୍ୟରେ ତାଳମେଳ ରହୁନଥିବା ବେଳେ ଅଡୁଆରେ ପଡିଛନ୍ତି ଜନସାଧାରଣ। ଏହାର ପ୍ରତିବାଦରେ ଆଜି ଅଞ୍ଚଳ ର ଟ୍ରାକ୍ଟର ମାଲିକ ମାନେ ଏକତ୍ରିତ ହୋଇ ଗୁଣୁପୁର ଉପଜିଲ୍ଲାପାଳ କିରଣ ଦୀପ୍ କୈାର ସାହୋତା ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ସମାଧାନ କରିବା ପାଇଁ ଟ୍ରାକ୍ଟର ମାଲିକ ମାନେ ନିବେଦନ କରିବା ପରେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୁଣୁପୁର ଉପଜିଲ୍ଲାପାଳ। ଆଗକୁ ଯଦି ଏହାର ସମାଧାନ ନହେଲେ ଟ୍ରାକ୍ଟର ମାଲିକ, ଶ୍ରମିକ, ଗାଡି ଚାଳକ, ରାଜମେସ୍ତ୍ରୀ ରାଜରାସ୍ତା କୁ ଆସିବେ ସେତେବେଳେ ପ୍ରଶାସନ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ଟ୍ରାକ୍ଟର ମାଲିକ।

You may have missed