April 24, 2026

ଉମରକୋଟ ରେ ଜାତୀୟ ସ୍ତର ଫୁଟବଲ ଖେଳାଳୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା…….

IMG-20250523-WA0063
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳର ଜଣେ

ଆଦିବାସୀ ଛାତ୍ର ଜାତୀୟସ୍ତରର ଫୁଟବଲ ଖେଳି ସମଗ୍ର ନବରଙ୍ଗପୁର ଜିଲ୍ଲାର ସୁନାମ

ଆଣିଛନ୍ତି। ଯୁବକର ନା ହେଉଛି

ଜଗବନ୍ଧୁ ସାନ୍ତା। ଘର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମ ପଞ୍ଚାୟତର କୁରବେଡା ଗ୍ରାମର। ଜଗବନ୍ଧୁ ର ପିଲା ଦିନରୁ ହିଁ ଫୁଟବଲ ପ୍ରତି ନିଶା ଥିବା ସହ ଏକ ଜାତୀୟ ସ୍ତର ରେ ଫୁଟବଲ ଖେଳିବା ପାଈଁ ପ୍ରବଳ ନିଶା ଥିଲା। ଯାହାକି ସେ ଆଜି ତାର ପ୍ରଣାମ ଦେଖାଇ ଦେଇ ସାରିଛନ୍ତି। ଜଗବନ୍ଧୁ ବିହାର ର ବାଘେଶ୍ୱେର ଠାରେ ଅନୁଷ୍ଠିତ ୧୮ ବର୍ଷ ରୁ କମ ଖେଲ ଇଣ୍ଡିଆ ଜାତୀୟ ସ୍ତର ଫୁଟବଲ ପ୍ରତିଯୋଗିତା ରେ ଓଡ଼ିଶା ପକ୍ଷ ରୁ ଖେଳୁ ଥିଲେ। ଫାଇନାଲ ମ୍ୟାଚ ରେ ଓଡ଼ିଆ ଦଳ ଝାଡ଼ଖଣ୍ଡ ଠାରୁ ୩-୪ ଗୋଲ ରେ ପରାସ୍ତ ହେଇ ଥିଲେ ହେଁ ଜଗବନ୍ଧୁଙ୍କ ଖେଳ କୌଶଳ ସ୍ଥାନୀୟ ଜନତାଙ୍କୁ ମନ ମୁଗଧ କରିଥିଲା। ସେ ଓଡ଼ିଶା ଟିମରେ ମିଡ ଫିଲ୍ଡରେ ଖେଳନ୍ତି। ଜଗବନ୍ଧୁ ୧୦ମ ଶ୍ରେଣି ପର୍ୟ୍ୟନ୍ତ ଭାମିନି ହାଇ ସ୍କୁଲର କ୍ରୀଡ଼ା ଶିକ୍ଷକ କିଶୋର ସିଲ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫୁଟବଲ ଖେଳିବା ଓ ତାଲିମ ପ୍ରାପ୍ତ କରିଥିଲେ ଓ ବର୍ତ୍ତମାନ ସେ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲରେ ତାଲିମ ନେଉଛନ୍ତି। ବର୍ତମାନ ଜଗବନ୍ଧୁ ଜାମରୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ୨ କଳା ବିଭାଗ ରେପଥ ପଡୁଛନ୍ତି। ଆଜି ସେ ଫୁଟବଲ ଖେଳିସ।ରି

ଉମରକୋଟ ଠାରେ ପହଞ୍ଚିବ। ପରେ ପ୍ରଥମେ ଗୁରୁ ତଥା କ୍ରୀଡ଼ା ଶିକ୍ଷକ କିଶୋର ସିଲ୍ ଙ୍କ ଆଶୀର୍ବାଦ ନେବା ପାଇଁ ସାକ୍ଷାତ କରିଥଲେ। କ୍ରୀଡ଼ା ଶିକ୍ଷକ ଶ୍ରୀ ସିଲ ଜଗବନ୍ଧୁ ଦେଖି ଅତ୍ୟନ୍ତ ଭାବ ବିହଳ ହେଇ ଯାଇଥିଲେ। ଏହି ଅବସରରେ ଜଗବନ୍ଧୁ କୁହନ୍ତି ମୋର ଆଗାମୀ ସ୍ଵପ୍ନ ହେଲା ଭାରତୀୟ ଟିମରେ ଖେଳିବି ଓ ଏଥିପାଇଁ ଯାହାବି ପରିଶ୍ରମ କରିବାର ଅଛି ତାହା କରିବି।